STORYMIRROR

Aparajita Sarangi

Abstract Classics Inspirational

4  

Aparajita Sarangi

Abstract Classics Inspirational

ସ୍ୱପ୍ନ ଓ ସର୍ପିଳ ବଳୟ

ସ୍ୱପ୍ନ ଓ ସର୍ପିଳ ବଳୟ

1 min
251

ଜାଣେନା ସ୍ୱପ୍ନ ଦେଖିବା କେତେ ଜରୁରୀ

ନିଦ୍ରିତ ସ୍ୱପ୍ନର ଜଳାର୍ଣ୍ଣବ ରେ ଜୁଡୁବୁଡୁ ହୋଇ

ଉଠିବସେ ନିଦ ମଳମଳ ଆଖିକୁ ଧରି

ଇଚ୍ଛା ଅନିଚ୍ଛା ର ପ୍ରଶ୍ନ ଅବା ପଚାରେ କିଏ

ବଢ଼ିବାକୁ ହେବ ଆଗକୁ ଚାଲିବାକୁ ହେବ ବହୁତ ଦୂର

କାମଟା ଯେ ଏକଦମ ଅସରନ୍ତି

ଯଦିଓ ମୁଁ ଜାଣେ ସବୁ ମାୟା ରେ ବାୟା

ତଥାପି ସେ ଦୌଡ଼ ରେ ମୁଁ ଆଜି

ପଛ ଧାଡ଼ିର ହତାଶିଆ ନାୟିକା!

ଆଗକୁ ବଢିବାର ଲାଳସା କରିଛି ମୋର

କେତେ ଯେ ରଜନୀ ବିନିଦ୍ର

ଉଜାଗର ରହି ସତେକି ଜାଳୁଛି ଜାଗର

ପାଇବାକୁ ମୋର ଇପ୍ସିତ ଲକ୍ଷ୍ୟ

କରିଦେଇଛି ମୋ ଜୀବନକୁ ପ୍ରାପ୍ତିର ଜଉଘର

ଯଦିଓ ମୋ ଉନ୍ମୁକ୍ତ ଆଖି ଆଜି ସ୍ୱପ୍ନ ରେ ବିଭୋର

ତଥାପି ଲାଗେ ସବୁ ଧୂଆଁଳିଆ ଅନ୍ଧକାର!

ସତେତ ଏ ସ୍ୱପ୍ନ ବି ଅଦ୍ଭୁତ କିମ୍ଵାକାର

ପାଲଟିଯାଇଛି ଆଜି ଏକ ଦ୍ୱନ୍ଦାତ୍ମକ ଶବ୍ଦ

ଛୁଇଁବାକୁ ତାକୁ ଚାଲିଥାଏ ଭାବନାର ଖେଳ

ଯହିଁ ଅଛି ଗଭୀର ଖାତର ଡର

ଯାହା ଉପରେ ମସୃଣ ଦିଶେ ପୁରା ଚକଚକ

କିନ୍ତୁ ତଳେ ଅଛି ସୁପ୍ତ ଆଗ୍ନେୟଗିରିର ଲାର୍ଭାର ଗରଳ

ହଁ ଏହାତ ଜୀବନର ଚରମ ସତ୍ୟ

ଲକ୍ଷ୍ୟର ପର୍ବତ ଶିଖର ଛୁଇଁବାକୁ ହେଲେ

ପଡେ ଏଠି ଲଙ୍ଘିବାକୁ ସର୍ପିଳ ଗର୍ତ୍ତର ବଳୟ!!

ସମାପ୍ତ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract