STORYMIRROR

Aparajita Sarangi

Abstract Tragedy Classics

4  

Aparajita Sarangi

Abstract Tragedy Classics

ଏକାନ୍ତ ନିଜସ୍ୱ

ଏକାନ୍ତ ନିଜସ୍ୱ

1 min
21

ଅଖଣ୍ଡ ସ୍ୱାଧୀନତା ର ଇଛୁକ ଥାଇ
ହେଇଗଲି ସମ୍ପୂର୍ଣ୍ଣ ପରାଧୀନ
ନଥିଲା ସେଠି ବଳର ଆଧିପତ୍ୟ
ଅବା କ୍ଷମତାର ରାଜତ୍ୱ
ତଥାପି ପାଲଟି ଗଲି
ସମ୍ବିଧାନ ର ଲିଖିତ ଆଲେଖ୍ୟ!!


ନଥିଲା ଯହିଁ କିଛି ପାଇବାର
ଅବା ହରାଇବାର ଅବଶୋଷ
ଜୀବନ ତମାମ ଫଳକ ଭଳି
ଏକୁଟିଆ ପଡ଼ି ପଡ଼ି
ଚାହିଁ ରହୁଥିଲି ବିଶେଷ ଦିବସକୁ
କାଳେ ମନେ ପଡିଯିବି ବୋଲି!!


କିନ୍ତୁ ସ୍ୱପ୍ନ ଟା ଯେ ସବୁବେଳେ ସ୍ୱପ୍ନ
ଅପୂର୍ଣ୍ଣ ରହିବା ତାର ବିଶେଷତ୍ୱ
ତଥାପି ରାତିର ସଵାରୀ ଟା ଯେ
ମୋର ଏକାନ୍ତ ନିଜସ୍ୱ
ଯେଉଁଥିରେ ବସି ମୁଁ ଦେଖିଥାଏ
ସ୍ୱପ୍ନ ପରେ ସ୍ୱପ୍ନ
ଯାହା ଅପୂର୍ଣ୍ଣ ରହିବାଟା ଜାଣ
ଏକଦମ ଥୟ !!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract