STORYMIRROR

Aparajita Sarangi

Abstract Classics Inspirational

3  

Aparajita Sarangi

Abstract Classics Inspirational

କୁହୁକୀ କାୟା!!

କୁହୁକୀ କାୟା!!

1 min
196


 ସ୍ୱପ୍ନ ର ବେଣୁ ବଜାଇ ବଞ୍ଚିବା ଯଦି ଏତେ ସହଜ 

ତେବେ ହଁ ମୁଁ ବଞ୍ଚିଛି 

ସଫଳତା ର ଚାବିକାଠି ଯଦି ଏକନିଷ୍ଠ ସାଧନା ହୁଏ 

ତେବେ ହଁ ମୁଁ ଅହରହ ଲଢ଼ିଛି 

କିନ୍ତୁ ବୁଝିପାରେନା କାହିଁକି ଶେଷରେ ହାତରେ ମୋର 

ସମ୍ଭାବ୍ୟ ବିଫଳତା ହିଁ ଲାଗୁଛି ll


ଶୁଣିଛି ବିଫଳତା ହିଁ ସଫଳତା ର ପ୍ରଥମ ପାହାଚ ଅଟେ 

କିନ୍ତୁ ମୋ ପାହାଚ ଟା କୁଆଡ଼େ ଯାଉଛି 

ରାତି ପରେ ଦିନ ଅନ୍ଧାର ପରେ ଆଲୋକ ଯେ ଆସେ 

କିନ୍ତୁ ଅନ୍ଧାରଟା ଏଠି ଅସରନ୍ତି ଲାଗୁଛି 

ଜୀବନ ରଣ କ୍ଷେତ୍ରର ମଧ୍ୟ ଭାଗରେ ଠିଆହୋଇ 

ସବୁକିଛି ଅସହ୍ୟ ବୋଧ ହେଉଛି ll


ଗ୍ରାମ୍ୟ ଜୀବନ 

ସତେକି ମହାକାଶ ର କେନ୍ଦ୍ର ବିନ୍ଦୁରେ ଠିଆହୋଇ ମୁଁ 

ଈଶ୍ୱରଙ୍କ ମାଧ୍ୟାକର୍ଷଣ ଶକ୍ତି କୁ ଖୋଜୁଛି 

ଅସହାୟ ର ଗଭୀର କୂପ ମଧ୍ୟରେ ମୁଁ 

ସତେକି ଡୁବି ଡୁବି ଯାଉଛି 

ତଥାପି ସ୍ରଷ୍ଟାର ଅଦୃଷ୍ଟ କୁହୁକୀ କାୟା କି ସତେ 

ଜୀବନର ରଣାଙ୍ଗନରେ ବଞ୍ଚାଇ ରଖିଛି ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract