ଜୟକର
ଜୟକର
କଳିଟିଏ ଫୁଟିବାକୁ ଚାହିଁ ବୃନ୍ତରେ ଝୁଲୁଛି
କେମିତି କାହାକୁ ବିଶ୍ୱାସ କରିବ ସେ?
କିଏ ତାକୁ ଭରସା ର ହାତ ବଢ଼ାଇବ,
ଆହା କେତେ ମାସୁମ୍ ଦିବ୍ୟତା ରେ ପୂର୍ଣ୍ଣ ।
ଅନ୍ତର ଜ୍ୱାଳା ରେ ମ୍ରିୟମାଣ ହୋଇ ଯାଏ,
କେହି କାଳେ ଦଳି ଚକଟି ଦେବନି ତ?
ସୁନ୍ଦର ଫୁଲ ଟିଏ ହୋଇ ଫୁଟିବା ଆଗରୁ,
ବୃନ୍ତରୁ ଛିଣ୍ଡାଇ କେଉଁ ବୁଦାମୂଳେ ଫିଙ୍ଗିବକି।?
ମୁଁ ଫୁଲ ହୋଇ ବାସ ବିସ୍ତାରିବାକୁ ବ୍ୟାକୁଳ ।
ଅମୃତ ସୃଷ୍ଟିର ଦିବ୍ୟ ଆଧାର ମୁଁ,
ଅଭିଶପ୍ତା ହେବାକୁ ଇଚ୍ଛା ନାହିଁ ମୋର ।
ହେ ବିଶ୍ୱାସ ଓ ଭରସା ସମ୍ପଦ,
ମାନବିକ ମୂଲ୍ୟବୋଧ ହଜିଯିବ କି?
ନା ନା ତୁମେ ହଜିଲେ ସୃଷ୍ଟି ଧ୍ୱଂସ ହେବ।
ଏକଥା ଜାଣି ବି ତୁମକୁ କିଏ ହଜାଇବ?
ସେ ମହକିତ ମହକକୁ ସତକୋଟି ପ୍ରଣାମ ।
ହେ ବିଶ୍ୱାସ ଓ ଭରସା ମହାନ ଉତ୍ସ,
ପ୍ରତି ହୃଦୟକୁ ଜୟକର ତୁମେ ଜୟକର।
