STORYMIRROR

pawan Mohakul

Abstract Inspirational

4  

pawan Mohakul

Abstract Inspirational

ଆଜିର ମଣିଷ- ୨

ଆଜିର ମଣିଷ- ୨

1 min
204

ଅଜବ ଆମର ସ୍ଵଭାବ ହେଉଛି

ନାହିଁ ଆଗ ପରି ଆଉ,

ଜନମ ଭୂମି ଗାଁ କୁ ଭୁଲି 

ସହର ସହର ହେଉ ।


ଭୁଲି ଗଲୁଣି ଗାଁ ଆମ୍ବ ତୋଟା

ଗାଁ ରଜ ର ଦୋଳି,

ପସନ୍ଦ କରୁନେ ଗାଁ ର ପିଜୁଳି

କଇଥ ଆଉ ଜାମୋକୁଳି ।


ଭୁଲି ବି ଯାଉଛେ ଗାଁ ର ପର୍ବ

ମେଲଣ ଯାନି ଯାତରା,

ଫାଷ୍ଟ ଫୁଡ୍ ପ୍ରିୟ ସଭିଏ ହେଲେ

ଭୁଲିଲେ ଗୁଗୁନି ବରା ।


ଭୁଲି ଗଲେଣି ମାଆ ର ପଣତ

ମୁଁହ ପୋଛା ଖାଇ ସାରି,

ସହରେ ରହିଲେ ସହରି ସାଜି

ନେଲେ ରୁମାଲ ଆଉ ଟିଶୁ ଆଦରି ।


ନାହିଁ ସେ ଖୁସି ଜେଜେ ଜେଜେମା ଙ୍କ

ଗପ ଶୁଣା ନୀତି ଦିନ,

ଗୁଗଲ ଯୁଗ ରେ ଆମେ ଅବସ୍ଥିତ

ୟୁଟୁବ ଯିଣେ ମନ ।


ନାହିଁ ଚାଟଶାଳୀ ବେତ ପାହର

ନାହିଁ ସେ ଗୋଡ଼ି ଆଣ୍ଠୁଆ,

ଭୁଲି ଗଲେଣି ସେ ଗାଁ ଖେଳ

କବାଡି ଦଉଡ଼ି ଡିଆଁ ।


ଭୁଲି ଗଲେଣି ଗୁହାଳ କଣ

ଗାଈ କେ ଘରେ ରଖୁନି,

ଜରି କ୍ଷୀର କୁ ଜରି ର ଦହି

କିଣି କି ଖାଉଛେ ପୁଣି ।


ଭୁଲି ଗଲେଣି ମାଆ ର ଆରିସା

ମଣ୍ଡା, କାକରା, ଏଣ୍ଡୁରି,

ଏକାଠି ହୋଇ ଖାଇବା ଭୁଲିଛେ

ଭୁଲିଚେ ଖଟ ମଶାରୀ ।


କରୁନି ମଣିଷ ହୃଦୟ ରୁ ଭକ୍ତି

ଯାଉଛି ମନ୍ଦିର ବୁଲି,

ମନ୍ଦିର ରୁ ଆସି ଆମିଷ ଖାଉଛି

ଦେଖାଣୀୟା ପୂଜା ଡେଲି ।



Rate this content
Log in

Similar oriya poem from Abstract