STORYMIRROR

padmaja pati

Abstract

4  

padmaja pati

Abstract

ମହାବାତ୍ୟା ସ୍ମରଣେ

ମହାବାତ୍ୟା ସ୍ମରଣେ

1 min
290

ଯେତେ ପ୍ରକମ୍ପିତ କରିଲେ ଧରାକୁ

ନୁହଁ ତୁ ଯେ ଚିରସ୍ଥାୟୀ

ଧର୍ମ ଧରା ଏ ତ ଗର୍ବ, ଅଭିମାନ

ସହିନି କାହା ବଡେଇ।

ଦୁଃଖିନୀ ଓଡିଶା ଜନନୀର ଚିର

ସହଚର ବାତ୍ୟା,ଝଡି।

ସହି ସହି କେତେ କଷଣ ଓଡ଼ିଆ

ଦୁଃଖରେ ଯାଇନି ଗଡ଼ି।

ଆସିଥିଲା ଫାୟାଲିନ୍,ହୁଡହୁଡ୍

ଫନି,ତିତିଲି ,ଅମ୍ଫନ

ଅକ୍ଟୋବର ଅଣତ୍ରିଶରେ ତୋ ରୂପ

ଦେଖି କମ୍ପୁଥିଲା ପ୍ରାଣ।

ବାଲିକୁଦା, ଏରସମାର ଛାତିରୁ

ଲିଭବିନି ସେହି ଦାଗ

ପୋକ ମାଛି ପରି ହାରିଲେ ଜୀବନ

ହଜିଲା ମନୁ ସରାଗ ।

ତଥାପି ଟେକିଲୁ ମୁଣ୍ଡ ଗର୍ବରେ

ପ୍ରଗତି ପଥେ ଓଡିଶା

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା

କରି ପାଉଛି ପ୍ରଶଂସା।

ଛାତିକୁ ପଥର କରିଛି ଓଡିଆ

ସବୁ ଦୁର୍ବିପାକ ସହି

ବିପଦେ କାତର ହୁଏ କାପୁରୁଷ

ବୀରଭୋଗ୍ୟା ଏହି ମହୀ।

ସହିବା ଶକତି ରହୁ ସଭିଙ୍କର

 ଆସୁ ଯେତେ ଅସୁବିଧା

ମିଳିମିଶି କାମ କରିବାକୁ ମନେ

ନ ରହୁ କାହାର ଦ୍ଵିଧା।

ସାହାଯ୍ୟ, ସହାନୁଭୂତି, ସହାୟତା

ଲାଗି ବଢାଇଲେ ହାତ

ମହାଶିକ୍ଷା ଦେଲୁ ମହାବାତ୍ୟା ତୁହି

ସବୁ ରାଜ୍ୟ ଏକତ୍ରିତ।

ପ୍ରଯୁକ୍ତି ବିଦ୍ୟାର ଆବଶ୍ୟକତା ବି

ଅନୁଭବ କଲୁ ଆମେ

ଏକ ହୋଇ ଲଢିବାର ମନ୍ତ୍ର ନେଇ

ଆଗେଇବୁ ସବୁ କାମେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract