STORYMIRROR

padmaja pati

Children

4  

padmaja pati

Children

ଜିଆ ମୁଁ କହୁଛି

ଜିଆ ମୁଁ କହୁଛି

1 min
7

କୋମଳ ଦେହ ମୋ କରଇ ହାଲୁକା
 କେତେ ସହଜେ ମାଟିକୁ
ଭାବି ତ ନ ପାର ହେ ମଣିଷ ଭାଇ!
କହିବି ଅବା କାହାକୁ?
କିଣିବାକୁ ଯାଏ ସାର ଦୋକାନରୁ
ମିଳେନା ଦେଲେ ବି ଟଙ୍କା
ମୁଣ୍ଡେ ହାତ ଦେଇ ବସେ ଚାଷୀଭାଇ
ହା ହୁତାଶେ ମୁହଁ ବଙ୍କା l
ଦେଖି ନିଅ ! ନିଜ ସହର, ବଜାର
ଗାଁ ଗଣ୍ଡା ଭଲ କରି
ପଚା ସଢା ଗନ୍ଧ ବାହାରୁଛି କେତେ
ଯାଏ ତୁମ ମଥା ଘୁରି l
ଜୈବ ଆବର୍ଜନା ପଡୁଅଛି ଯେତେ
କରେ ବାୟୁ ପ୍ରଦୂଷଣ
ମାଟି ତଳେ ପୋତି କର ତାକୁ ଖତ
ହେବ ସବୁ ସମାଧାନ l
ପୋଖରୀରୁ ଦଳ କାଢି ଦେଇ ନିଜେ
ଖାତ ମଧ୍ୟେ ଦେଲେ ପୋତି
ସବୁଜ ସାର ର ନୋହିବ ଅଭାବ
ନିଶ୍ଚିତ ହେବ ପ୍ରଗତି l
 କଳ କାରଖାନା ସାର ନୁହେଁ ଭଲ
ଏ କଥା ତ ତୁମେ ଜାଣ
ପରିଶ୍ରମ ଟିକେ ନ କରି ବେକକୁ
ହାଣ କୁରାଢ଼ୀଟି ଆଣ l
ଫସଲରୁ ପୋକ  କରିବାକୁ ନଷ୍ଟ
ବିଷ ବି କର ପ୍ରୟୋଗ
ବର୍ଷା ଟିକେ ହେଲେ ପାଣିରେ ମିଶଇ
ଡାକି ଆଣେ ଯେତେ ରୋଗ l
ଜଳ, ସ୍ଥଳ, ବାୟୁ ସବୁ ପ୍ରଦୂଷିତ
ଏ ସବୁ କାରଣ ପାଇଁ
 ଜଳବାୟୁ ପରିବର୍ତ୍ତନ ହୋଇଲା
ଅଜଣା ହୁଅ କିମ୍ପାଇଁ?
ମୋ ବଂଶ ନିପାତ ହେଉଛି ସେ ଲାଗି
ମାଟି ହେଉଅଛି ଟାଣ
ବଢିବ କିପରି ଗଛର ଚେର ଯେ
ଦେଉ ନାହଁ ମୋଟେ ଧ୍ୟାନ l
ଜୈବ ସାର ଦେଲେ ମାଟିରେ ଅଧିକ
ପଡିବ ତା'ର ପ୍ରଭାବ
ଖାଇ ପଚା ସଢା ଦେବି ଜିଆ ଖତ
 ହୋଇବ ଆର୍ଥିକ ଲାଭ  l
ମୋ ବଂଶ ବଢିବା ହୋଇବ ସହଜ
ବଢାଇବି ମୁଁ ହ୍ୟୁମସ 
ବାୟୁ ଚଳାଚଳ ହୋଇବ ନିଶ୍ଚତ
ବଢିବ ଗଛ ଅବଶ୍ୟ l
ଉତ୍ତମ ମାନର ହେବ ଖାଦ୍ୟଶସ୍ୟ
ତୁମେ ହେବ ସ୍ୱାସ୍ଥ୍ୟବାନ
ରୋଗ ପ୍ରାଦୁର୍ଭାବ କମିବ ନିଶ୍ଚୟ
ମୋ କଥାଟି ଯଦି ମାନ l


Rate this content
Log in

Similar oriya poem from Children