STORYMIRROR

padmaja pati

Children

4  

padmaja pati

Children

ହାତୀଟିଏ ମୁଁ

ହାତୀଟିଏ ମୁଁ

1 min
27

ଖାଇବାପାଇଁ ତ ଦାନ୍ତ ଅଲଗା ମୋ
କାନ ଦୁଇ କୁଲା ପରି
ଦେଖାଇବା ଦାନ୍ତ ଅମୂଲ ମୂଲ ଯେ
କିଏ ହେବ ତା'ର  ସରି l
ଖାଇ ଡାଳ ପତ୍ର  କରେ ରୋଜଗାର
ପଇସା, ଧାନ, ଚାଉଳ
ମଜାରେ ମାହୁନ୍ତ ବସଇ  ପିଠିରେ
କରୁଥାଏ ମୂଲଚାଲ l
କେତେ ଭାଇ, ବନ୍ଧୁ ରହନ୍ତି ମୋହର
ବଡ଼ ବଡ଼ ଜଙ୍ଗଲରେ
କେହି କେହି ମାନି ମଣିଷର ବୋଲ
କରନ୍ତି କାମ ଖୁସିରେ l
ଭାଙ୍ଗି ଡାଳ ପତ୍ର ବୁଣିଥାଏ ମଞ୍ଜି
ଜଙ୍ଗଲ ଭିତରେ ମୁହିଁ
ହୋଇ ନୂଆ ଗଛ ଜଙ୍ଗଲରେ କେତେ
କରେ  ପୁଲକିତ  ମହୀ  l
ପର୍ଯ୍ୟଟନ ଶିଳ୍ପ ବିକାଶ ପାଇଁ ବି
ମୋ ବଂଶ ଲୋଡ଼ା ହୋଇବ
ସବୁ ଦେଶ ଅର୍ଥନୀତି ପ୍ରଭାବିତ
ହେଉଅଛି, ହେଉଥିବ l
ପ୍ରଭୁ ଗଣେଶଙ୍କ ମୁଣ୍ଡଟି ମୋହର
ଶରୀରର ଅଂଶ ପରା
ଅନାଦି ଅନନ୍ତ କାଳରୁ ମଣିଷ
ସାଥିରେ ସମ୍ପର୍କ ଭରା l
ଗଜଲକ୍ଷ୍ମୀ ପୂଜା ଆଜି ବି ହୁଅଇ
କେତେ ଶରଧାରେ ନିତି
ପାଇଛି ଆସନ ଦିବ୍ୟ ମଣ୍ଡପରେ
ଲକ୍ଷ୍ମୀଙ୍କ ପାଦେ ମୋ ମତି l
ଉତ୍କଳର ରାଜା ଗଜପତି ରୂପେ
ହୋଇଲେ ବିଶ୍ୱ ପ୍ରସିଦ୍ଧ
ଇତିହାସ ବୁକେ ଅମର କୀରତି
ସ୍ଵର୍ଣ୍ଣାକ୍ଷରେ ଲିପିବଦ୍ଧ l
ଜାତୀୟ ଉଦ୍ୟାନ, ଅଭୟାରଣ୍ୟରେ
ସବୁ ପିଲା ଦେଖି ଖୁସି
ହେଲେ ଗଛ କାଟି  କାନ୍ଦଇ ମଣିଷ
ନିତି ନିଜ ଲୁହ ଶୋଷି l
ଜଙ୍ଗଲୀ ଜୀବ ମୁଁ ଘଞ୍ଚ ଜଙ୍ଗଲ ଯେ
ଅତି ଆବଶ୍ୟକ ମୋର
ଜଙ୍ଗଲ ନଷ୍ଟରେ ହୋଇ ବ୍ୟତିବ୍ୟସ୍ତ
ଉଜାଡ଼େ ଘର ସଂସାର l
ହାତୀପଲ ଉପଦ୍ରଵ କଲେ ଶୁଣେ
ଆପତ୍ତି କରେ ମଣିଷ
ଉଜୁଡେ ଫସଲ, ଆଶା ଚୂରମାର
ମୁଁ ଅବା କରିବି କିସ?
ମୋ ଜୀବନ ରକ୍ଷା ଅତି ଆବଶ୍ୟକ
ସାଥି ଯେ ପରିବେଶର
ଅର୍ଥବଳ ନାଶ ହୋଇବ  ନିଶ୍ଚୟ
ହେଲେ ବଂଶ ନଷ୍ଟ ମୋର l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children