STORYMIRROR

Kalpana Kumari Pradhan

Children

3  

Kalpana Kumari Pradhan

Children

କାକରା ପିଠା

କାକରା ପିଠା

1 min
217


ମଉଜେ ନାଚନ୍ତି ଲିସି ଲିପି

   ନୂଆଁ ଜାମାକୁ ପିନ୍ଧି

ମୁଖ ଶୋହେ ଟିପି ଚନ୍ଦନେ 

   ପାଦରେ ପାଉଁଜି ବାନ୍ଧି l


ଗାଁ ରୁ ସହର ହାଟବଜାର

   ସବୁଠି ଲାଗେ ଗହଳି

ପରବ ଦିନେ ବନ୍ଧୁ ବାନ୍ଧବ

   ସଭିଏଁ ହୁଅନ୍ତି ମେଳି l


ଲିପିର ମନ ରୋଷେଇ ଘରେ

  ମା କରୁଛନ୍ତି ପିଠା

ନରମ ଗରମ କାକରା ପିଠା

  ଲାଗଇ ଭାରି ମିଠା l


ମା ପାଖରେ କରିଲେ ଅଳି

  ଗୋଟିଏ ପିଠା ପାଇଁ

ମଙ୍ଗଳାଙ୍କ ପାସେ ଭୋଗ ହୋଇଲେ

  ଖାଇବ ଖୁସି ହୋଇ l


ଲିପି ଲିସିତ ଭାରି ଅଧୀର

  ଆଣିଲେ ଚୋରି କରି

ଗୋଟିଏ ପିଠା ଆମେ ଦୁଇ

  ଖାଇବା ଭାଗ କରି l


ଦୁଇ ଜଣଙ୍କ ଲାଗିଲା କଳି

  ପୁଷିମାଉସୀ ଥିଲା ଚାହିଁ

ପିଠାକୁ ଧରି ମାରିଲା ଡିଆଁ

  ଦୁହେଁ କାନ୍ଦିଲେ କଇଁ କଇଁ l



Rate this content
Log in

Similar oriya poem from Children