Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

KRUTIBAS NAYAK

Children

4  

KRUTIBAS NAYAK

Children

ମୁଁ ଜଣେ ଗର୍ବିତ ଓଡ଼ିଆ

ମୁଁ ଜଣେ ଗର୍ବିତ ଓଡ଼ିଆ

2 mins
336



ଉଡ୍ରଜାତିର ଦାୟାଦ ଓଡ଼ିଆ କଳିଙ୍ଗ ଉତ୍କଳବାସୀ ,

ଗର୍ବରେ କହିବି ମୁଁ ଜଣେ ଓଡ଼ିଆ ଯୁଗ ଯୁଗର ସାହସୀ |

 

ପୁରାଣ କାହାଣୀ ଇତିହାସ କହେ-ଆମ ଅତୀତର ଗାଥା,

ଇତିହାସ ସାକ୍ଷୀ କଳିଙ୍ଗ ଯୁଦ୍ଧରେ ଦେଇଥିଲୁ ଲକ୍ଷେ ମଥା |

 

ଗଣତନ୍ତ୍ର ନୀତି ମୂଳରୁ କଳିଙ୍ଗ ରାଇଜରେ ଚାଲିଥିଲା,

ସାହସୀ କଳିଙ୍ଗ ବୀର ଇତିହାସେ ସ୍ଵର୍ଣ୍ଣାକ୍ଷରେ ଲେଖାଗଲା |

 

ଚଣ୍ଡାଶୋକ ଦିନେ ଏ’ ମାଟିରେ ବସି ହୋଇଥିଲେ ଧର୍ମାଶୋକ,

ଶାସନ କୌଶଳ ଜୀବନର ମୂଲ୍ୟ ଶିଖି ହୋଇଲେ ସେବକ |

 

କଳାରେ କୁଶଳୀ ଉତ୍କଳ ସନ୍ତାନ ଗଢିଲେ କୋଣାର୍କ କୀର୍ତ୍ତି,

ଜଗନ୍ନାଥ ଧାମ ଜଗତେ ବିଖ୍ୟାତ ବସିଲେ ଚତୁର୍ଦ୍ଧା ମୂର୍ତ୍ତି |

 

ଖାରବେଳ ବୀର ଓଡ଼ିଆ ଜାତିର ବଢାଇଲେ ସ୍ଵାଭିମାନ,

ଦେଶପ୍ରେମୀ ଭାବେ ଖ୍ୟାତ ସେ ସମ୍ରାଟ ଗଢିଥିଲେ କୀର୍ତ୍ତିମାନ |

 

ପ୍ରଥମ ଓଡ଼ିଆ ରାଜା କପିଳେନ୍ଦ୍ର ଗଙ୍ଗାଠାରୁ ଗୋଦାବରୀ,

ଶାସନ କରିଲେ ଯଶ ବଢାଇଲେ ଜଗନ୍ନାଥ ନାମଧରି |

 

କୋଟିଏ ରାଜାଙ୍କ ମଉଡ଼ମଣି ତ ପୁରୀ ରାଜା ଗଜପତି,

ପ୍ରଥମ ସେବକ ଝାଡୁ ସେ ଦିଅନ୍ତି ହୋଇ ଜଣେ ମହାମତି |

 

ପ୍ରାଚୀନ ସମୃଦ୍ଧ ମାତୃଭାଷା ମୋର ସରଳ ଆଉ ସୁନ୍ଦର,

ଗର୍ବିତ କରିଛି ଭାଷା ଜନନୀ ମୋ ତା’ ପାଦେ କୋଟି ଜୁହାର |

 

ବେଳାଭୂମି କିବା ଚିଲିକା ହ୍ରଦର ତୁଳନା ଜଗତେ ନାହିଁ,

ଖଣିଜ ସଂପଦ ଭରା ମୋର ରାଜ୍ୟ ମହାନଦୀ ଯାଏବହି |

 

ଆମ ନଦୀ ନାମ କି ସୁନ୍ଦର ସତେ ଋଷିକୁଲ୍ୟା ବୈତରଣୀ,

ସୁବର୍ଣ୍ଣରେଖା କି ଇନ୍ଦ୍ରାବତୀ ନାମ ଦେଲା କିଏ କେଜାଣି |

 

ଧାନ ଜନ୍ମସ୍ଥାନ ଆମ କୋରାପୁଟ କୃଷିରେ ଆଗୁଆ ଆମେ,

ଏକାମ୍ର କ୍ଷେତ୍ରରେ ଲକ୍ଷେଶିବ ପୂଜା ଜାତିନାହିଁ ପୁରୀଧାମେ |

 

ଷାଠିଏ ପ୍ରକାର ଆଦିବାସୀ ପୁଣି ତାଙ୍କର ସଂସ୍କୃତି କଳା,

ସମୃଦ୍ଧ କରିଛି ତାଙ୍କ ନୃତ୍ୟଗୀତ ପ୍ରକୃତିର ପୂଜା ମେଳା |

 

ମନ୍ଦିର ମାଳିନୀ ସବୁଜ ବନାନୀ ଅଭୟାରଣ୍ୟର ଜୀବ,

ସର୍ବଧର୍ମ କ୍ଷେତ୍ର ଉତ୍କଳ ଭୁବନେ ବର୍ଷସାରା ହୁଏ ପର୍ବ |

 

ଶାସ୍ତ୍ରୀୟ ମର୍ଯ୍ୟାଦା ସ୍ଵୀକୃତ ମୋ ଭାଷା ପ୍ରାଚୀନ ସମୃଦ୍ଧ ବୋଲି,

ଆମ ଖାଦ୍ୟ-ପେୟ ସ୍ଵତନ୍ତ୍ର ଅପୂର୍ବ ଶ୍ରୀକ୍ଷେତ୍ର ଅବଢା ଡାଲି |

 

ମହିଳା ସମ୍ମାନ ସୁଉଚ୍ଚ ଆସନ ଦେଇଥାଏ ରଜପର୍ବ,

ଓଡ଼ିଶୀ ନୃତ୍ୟର ରଙ୍ଗ ରସ ଭାବ ଆମପାଇଁ ଦିଏଗର୍ବ |

 

ସାତ ସମୁଦ୍ରକୁ ପାରିହୋଇ ଆମ ସାଧବ ବୋଇତ ଧରି,

ଦେଶ ବିଦେଶରେ କୀର୍ତ୍ତି ଅର୍ଜିଥିଲେ ବାଣିଜ୍ୟ ବେପାର କରି |

 

ନାରୀ ଜାଗରଣ ସ୍ଵଚ୍ଛତା ସୁରକ୍ଷା ଜାତିଭେଦର ଉଚ୍ଛେଦ,

ପ୍ରଥମେ ରଚିଲେ ବଳରାମ ଦାସ ଶ୍ରୀହରି ଲକ୍ଷ୍ମୀ ବିବାଦ |

 

ସାରଳା ଲେଖିଲେ ପ୍ରଥମେ ଅନନ୍ୟ ମହାଭାରତର ଗାଥା,

ଜଗନ୍ନାଥ ଦାସ ଭାଗବତ ଲେଖି ଦୂରେଇଲେ ଜାତିବ୍ୟଥା |

 

ଉପେନ୍ଦ୍ର ଭଞ୍ଜଙ୍କ କାବ୍ୟ କବିତାରେ ରହିଛି ସତେ ମନ୍ତର,

ରାଜପଦ ଛାଡ଼ି କଲମ ଚଳାଇ ହେଲେ ଶବ୍ଦ ଜାଦୁକର | 

 

ବୁଦ୍ଧିରେ କୁଶଳୀ ମଧୁବାବୁ ପୁଣି ଦେଖାଇଲେ ଚମତ୍କାର,

ପ୍ରଥମ ମନ୍ତ୍ରୀ ସେ ତ୍ୟାଗପତ୍ର ଦେଇ ବେଦରେ କାଟିଲେ ଗାର |

 

ପଞ୍ଚସଖା ବନ୍ଧୁ ତ୍ୟାଗୀ ଗୋପବନ୍ଧୁ ସ୍ଵାଧୀନତା ଭଗିରଥ,

ଧନ୍ୟ କରିଦେଲେ ଓଡ଼ିଆ ଜାତିକୁ ଧରି ଅହିଂସାର ପଥ |

 

ପଠାଣି ସାମନ୍ତ ନଳୀ କାଠି ଧରି ମାପିଦେଲେ ହିମାଳୟ,

ଅସଲ ବିଜ୍ଞାନ ସିଦ୍ଧାନ୍ତ ଦର୍ପଣ କୋଟିପ୍ରାଣ କରେଜୟ |

 

ଜାତିପ୍ରେମୀ ବୀର ଜୟୀ ରାଜଗୁରୁ ସ୍ଵାଧୀନତା ପାଇଁ ଲଢି,

ମଥା ନଇଁଲେନି ପ୍ରଥମ ସହିଦ ଇତିହାସ ଦେଲେଗଢି |

 

ନେତାଜୀ ସୁଭାଷ କଟକ ମାଟିରେ ଜନ୍ମନେଇ ବୀରହେଲେ,

ପ୍ରଥମ ପ୍ରଧାନମନ୍ତ୍ରୀ ଭାରତର ଜୟହିନ୍ଦ ଡାକଦେଲେ | 

 

ସମ୍ବଲପୁରର ସୁରେନ୍ଦ୍ର ସାଏଙ୍କୁ କିଏ ବା ପାରିବ ଭୁଲି ?

ପ୍ରାଣଦେଲେ ପଛେ ହାରିଲେ ନାହିଁ ସେ ସ୍ଵାଧୀନତା ପଥେଚାଲି |

 

ତେନ୍ତୁଳିଗୁମାର ଲକ୍ଷ୍ମଣ ନାଏକ ଆମକୁ ଜଗାଇଦେଲେ,

ବଣମୂଲକରେ ମେଳିକରି ପୁଣି ଫାଶିଖୁଣ୍ଟକୁ ଚୁମିଲେ |

 

ଇଣ୍ଡୋନେସିଆ କି କାଶ୍ମୀର ମାଟି ବିଜୁଙ୍କୁ ଭୁଲିବ ନାହିଁ,

ଝଡ଼ର ଇଗଲ ଝାମ୍ପି ନେଇଗଲେ ଜୀବନେ ବାଜି ଲଗାଇ |

 

ଜାତିସଂଘ ଦ୍ଵାରେ ଲେଖା ରହିଗଲା ଭୀମଭୋଇ ମନକଥା,

କବିପଣେ ମଧୁ ଗଙ୍ଗାଧର ରାଧାନାଥ ଗାଇଲେ କବିତା |

 

ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ହକିଖେଳରେ ଦିଲୀପ,

ଆହୁରି ବିଭିନ୍ଣ ଖେଳରେ ଓଡ଼ିଆ ଖେଳାଳି ବିଶ୍ଵ ବିଖ୍ୟାତ |

 

ଜ୍ଞାନପୀଠ ସରସ୍ଵତୀ ସମ୍ମାନକୁ ପାଇ ଆମ ସାହିତ୍ୟିକ,

ଜାତୀୟ ସ୍ତରରେ ସାହିତ୍ୟ କ୍ଷେତ୍ରରେ ରଖିଲେ ଓଡ଼ିଶା ଟେକ | 

 

ଓଡ଼ିଶୀ ସଙ୍ଗୀତ ଯେମିତି ସୁନ୍ଦର ସେଇମିତି ରସମୟ,

ଆମ ଲୋକଗୀତ ଲୋକକଳା ଯେତେ କୋଟିମନ କରେଜୟ |

 

ଏଭଳି ସଂସ୍କୃତି ସମ୍ପନ୍ନ ରାଜ୍ୟରେ ଜନମ ହୋଇଛି ମୁହିଁ,

ଅନୁପମା ଯେଣୁ ଉତ୍କଳ ଜନନୀ ଗର୍ବ କରିବି କି ନାହିଁ ?



Rate this content
Log in

Similar oriya poem from Children