Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Saroj Kumar Jena

Children

4  

Saroj Kumar Jena

Children

ଟୁଆଁ ଟୁଇଁ କାହାଣୀ

ଟୁଆଁ ଟୁଇଁ କାହାଣୀ

1 min
413


         

     ଆସ ପିଲେ ଆସ ପାଖେ ମୋର ବସ

          କହୁଚି ଗୋଟେ କାହାଣୀ ,

    ଶୁଣ ଦେଇ ମନ ଡେର ତୁମ କାନ

        ଦେଉଛି ତାକୁ ବଖାଣି ।୧।

     ଟୁଆଁ ଟୁଇଁ ଦୁଇ ସେ ଭଉଣୀ ଭାଇ

        ରହୁଥିଲେ ବନ ପାଶେ ,

     ଟୁଆଁ ପ୍ରତିଦିନ ଯାଉଥିଲା ବନ

         କାଠ ଧରି ନିତି ଆସେ ।୨।

     ଟୁଇଁ ଏକ ଦିନ ଜାଣି ଭାଇ ମନ

        କରିଲା ପିଠା ଚକୁଳି ,

   ଟୁଆଁ ପିଠା ଧରି ବଣକୁ ବାହାରି

     ବାଟେ ଗଲା ଗିଳି ଗିଳି ।୩।

   ଚକୁଳି ବାସନା ବାଘ ମାମୁଁ ଅନା

      ବାରି ଆସି ହେଲା ଠିଆ ,

   ଖାଇବାକୁ ମୋତେ ପିଠା ଦେ ତୁ ଗୋଟେ

       କହୁଛି ତୋତେ ମୁଁ  ଟୁଆଁ ।୪।

ଏହା ଶୁଣି  ଟୁଆଁ ହୋଇଲା ଛାନିଆ

        କରିବ ସିଏ ଯେ କଣ ,

   ବୋଲିଲା ବଚନ ବାଘ ମାମୁଁ ଶୁଣ

        ପିଠା ନାହିଁ ଆଉ ଜାଣ ।୫।

ଏହା ଶୁଣି ବାଘ ବଢ଼ି ଗଲା ରାଗ

    କହିଲା ଖାଇବି ତୋତେ ,

ଖାଇ ଦେବି ମାରି ପେଟ ପୁରା କରି                                                                 

    ( ନ ) ଦେବୁ ଯଦି ପିଠା ମୋତେ ? ।୬।

  କହୁଥିଲା ଟୁଆଁ ହୁଅନି ଛାନିଆ

   ପକାଉଛି ମୁହିଁ ରାଣ ,

ପିଠା ଆଣି ମୁହିଁ ଦେବି ତୁମ ପାଇଁ

  ଦିଅ ଯେ ଅନୁମୋଦନ ।୭।

 ଟୁଆଁ କଥା ଶୁଣି ବାଘ ମାମୁଁ ପୁଣି

    ବୋଲିଲା ତାକୁ ବଚନ ,

ଯାଆ ତୁ ସଅଳ ନ କରି ଉଛୁଳ

   ବଣରୁ କର ଗମନ ।୮।

 ଟୁଆଁ ଗଲା ଧାଇଁ ଶୁଣୁ ଟିକେ ଟୁଇଁ

     ଶୁଣୁ ମୋର ସବୁ କଥା ,

ଭାଇ କଥା ଶୁଣି କିଛି ଗୋଡ଼ି ଆଣି

   ମିଶାଇ କରିଲା ପିଠା ।୯।

ଗୋଡ଼ି ମିଶା ପିଠା ଧରିଣ ଦୁଇଟା

   ବଣକୁ ଚାଲିଲା ଟୁଆଁ ,

ବୋଲିଲା ବଚନ ବାଘ ମାମୁଁ ଶୁଣ

  ଖାଇବାକୁ କର ଯେ ଆଁ ।୧୦।

ବାଘ ମାମୁଁ ଦାନ୍ତେ ବାଜିଗଲା ଗୋଟେ

   ଚକୁଳି ପିଠାର ଗୋଡ଼ି ,

କରିଣ ଗର୍ଜନ କରିଲା ପ୍ରସ୍ଥାନ

   ବାଘ ମାମୁଁ ଛାଡ଼ି ରଡ଼ି ।୧୧।

ବଞ୍ଚାଇ ଜୀବନ ଗୃହକୁ ଫେରିଣ

     ଟୁଆଁ ସବୁ ବଖାଣିଲା ,

ଶୁଣ ଶୁଣ ପିଲେ ମୋହରି କାହାଣୀ

    ଏଇଠି ସମୂର୍ଣ୍ଣ ହେଲା ।୧୨।



Rate this content
Log in

Similar oriya poem from Children