STORYMIRROR

Mishra Manasi

Children

5  

Mishra Manasi

Children

ମାଟି ଦୀପ

ମାଟି ଦୀପ

1 min
457


ଦୀପଟିଏ ମୁଁ ଦୀପଟିଏ

ହାତ ଗଢ଼ା ମାଟି ଦୀପଟିଏ

ମୁଠାଏ ଚିକ୍କଣ ଚକଟା ମାଟି ରୁ

 କୁମ୍ଭକାର ମୋତେ ଗଢିଦିଏ 

ଦୀପଟିଏ ମୁ–------------  ।1।

ସୁଠାମ ଭଙ୍ଗୁର ତନୁ ମୋର

କଳା ଚାତୁରୀ ରେ ଭରପୁର

ପଡିଗଲେ ଥରେ ହାତରୁ ଅଯତ୍ନେ

ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିଯାଏ

ଦୀପଟିଏ ମୁଁ----------------।2।

ନିତି ନିତି ପ୍ରଭୁ ପାଦତଳେ 

ଆନନ୍ଦରେ ମୁଇଁଜଳୁଥାଏ

ଭକତ ପ୍ରଣତି ଛଳରେ ଦର୍ଶନ

ଲଭୁ ଥାଇ ପୂର୍ବ ପୁଣ୍ୟଫଳେ

ଦୀପଟିଏ ମୁଁ-–-------  ---- 3।


ଅତିହୀନ ନିକ ଚିଜ ଟିଏ

ଆଲୋକ ର କ୍ଷୀଣ ଶିଖା ଟିଏ

ଅନ୍ଧାର ବିନାଶି ଉଜ୍ଜ୍ବଳ ପ୍ରକାଶି

ନିଜ ସାଧ୍ୟମତେ ବାଣ୍ଟୁଥାଏ

ଦୀପଟିଏ ମୁଁ----------- ।4

।ମୋ ଜୀଵନ ପ୍ରଭୁ ବର ଦାନ

ମହତ ସାଧନେ ମୋ ଜୀବନ

ଜଗତୁ ଅନ୍ଧାର ଦୂରେଇ ନିରନ୍ତେ

ମୋ ଧରମ ମୁଉଁ ପାଳୁଥାଏ

ଦୀପଟିଏ ମୁଁ ଦୀପଟିଏ

ହାତଗଢା ମାଟି ଦୀପଟିଏ ।5।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children