STORYMIRROR

Mishra Manasi

Children

3  

Mishra Manasi

Children

ଫେରି ଆସନ୍ତା କି 'ମୋପିଲାବେଳ-୧

ଫେରି ଆସନ୍ତା କି 'ମୋପିଲାବେଳ-୧

1 min
185

ବୋଉ!ଫେରି ଆସନ୍ତା କି'ମୋ ପିଲା ଵେଳ

ମିଛିକା ମିଛିକା   ଵୋହୂ କଣ୍ଢେଇ ଖେଳ

ଵାଲି ସଢେଇରେ ଭାତ ମୁଁ ରାନ୍ଧନ୍ତି

ନଅ ଭଜା ଛଅ ତିିିଅଣ କରନ୍ତି

ଜାତି ଜାତି ପିିଠା କାକରା ଖୀରି

ସାଙ୍ଗ ମେଳେ ଵସି ଖାଆନ୍ତିି ମଜାରେ

 ଅପାସୋରା ପରା ସେ ପିଲା ଵେଳ

ଵୋଉ, ଫେରି ଆସନ୍ତା କି ମୋ ପିିିଲାଵେଳ।।


ନାଲିଆ ସୂରୁଜ ମୁରୁଜ ନଵୁଣୁ

ଉଠି ମୁଁ ପଡନ୍ତି ଛାଡି ତୋ କୋଳ

ଵୁଲି ମୁଁ ଆସନ୍ତି ଗାଁ ଵିଲବଣ

ପଦୁଅଁ ପୋଖରୀ ଵଉଳ ମୂଳ

ରଙ୍ଗ ଵେରଙ୍ଗ ପରଜାପତି

ନାଲିଆ କଙ୍କିଙ୍କ ପଛରେ ଧାଆଁନ୍ତି

ଧରିଵାକୁ ତାଙ୍କ ସୁନ୍ଦର ପର

ଵୋଉ, ଫେରି ଆସନ୍ତା କି ମୋପିଲା ଵେଳ ।।

ମେଳା ମଉଛବ ଜାନିଯାତରା

ଘରେ ଘରେ ଲାଗେ ଗହଳିି ପରା

ଆରିଷା କାକରା ଉଖୁଡା ଖଜା

ଅଜା ଆଈ ଖାଇ ମାରନ୍ତି ମଜା

ମନେ ମୋ ପଡୁଛିି ରଜ ଦୋଳି ଖେଳ

ସଙ୍ଗେ ଲୁଡୁପାଲି କଉଡ଼ି ଖେଳ

ଵୋଉ,ଫେରିଆସନ୍ତା କି'ମୋ ପିଲା ଵେଳ ।।

ଶୀତ ଥୁରୁଥୁରୁ ପଉଷ ସକାଳେ

ଅଦିନିଆ କେଵେ ଝଡ ଵରଷାରେ

ଭିଜି ଯେବେ ରୋଗେ ପଡି ଯାଏ ଶୋଇ

ରାତି ରାତି ଜାଗୁ ପଣତ ଘୋଡାଇ

'ମାଆ"ପାଶେ ଜାଳି ଅଖଣ୍ଡ ଦୀପାଳୀ

ମୋ ଶୁୁୁଭ ମନାସୁ ଆଖି ଲୁହ ଢାଳି

ମାନସେ ଭାସୁଛି ଆଜି ଜଳଜଳ

 ବୋଉ, ଫେରି  ଆସନ୍ତା କି'ମୋ ପିଲାବେଳ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children