ବିମୋହିନୀ ଚିଲିକା
ବିମୋହିନୀ ଚିଲିକା
ବିମୋହିନୀ ରୂପ ଲାବଣ୍ୟେ ଭରା ଚିଲିକା ତୁହି
ଉତ୍କଳ ସୁଷମା ଭଣ୍ଡାର ଅଛି ଜଗତେ କାହିଁଁ ?
ପ୍ରାଚୀ ତଟ ପଟୁ ଅରୁୁଣ ଯେବେ ଆକାଶେ ଉଏଁ
ତୋ ସଲିଳେ ହେମ କିରଣ ପଡି ଝଟକୁଥାଏ ।
ଶ୍ଯାମଳ ପାଦପ ବନାନୀ ଘେରି ଚଉପାଶରେ
ବିହଙ୍ଗମ କେଳି କରନ୍ତି ବସି କଳରବରେ ।
ନାନା ଜାତି କେତେ ବିହଙ୍ଗ ତୋର ସଲିଳେ କ୍ରୀଡା
ରଚୁଥାନ୍ତି ମନ ଆମୋଦେ ଲବେ ନଥାଏ ବ୍ରୀଡା ।
ତୋ ରୂପ ମାଧୁରୀ ଝଟକ ଦୂରୁ ଦେଖିବା ପାଇଁ
ପଥଶ୍ରାନ୍ତ ଭ୍ରମେ ପଥିକ ନୌକା ବିହାରେ ଯାଇ ।
ଜୋଛନା ଢାଳଇ ଶଶାାଙ୍କ ରହି ଦୂର ଆକାଶେ
ରୂପା ତାରା ଫୁଲ ଝଲସି ଫୁଟିି ଜଳରେ ଭାସେ ।
ହଂସ ହଂସରାଳୀ ଖେଳନ୍ତି ଟେକି ଧବଳ ଡେଣା
କୁମୁଦ ପରାଏ ଦିଶନ୍ତି ଅଳି ହୁଅଇ ବଣା ।
ପ୍ରାନ୍ତ କୂୂୂଳବାସୀ ସକଳ ଜଳେ ନୌକା ବାହି
ଜୀବନ ଜୀବିକା ବାହାନ୍ତି ନିିିତି ସକାଳେ ଯାଇ ।