Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mishra Manasi

Children

4  

Mishra Manasi

Children

ଉତ୍କଳ ଭାସ୍କର ମଧୁବାବୁ

ଉତ୍କଳ ଭାସ୍କର ମଧୁବାବୁ

1 min
269


ଉତ୍କଳ ମାଟିର ଉଜ୍ଜ୍ୱଳ ଭାସ୍କର

ଉତ୍କଳ ଗୌରବ ପୂଜ୍ୟ ଜାତିିସ୍ମର

ନବ ଉତ୍କଳ ଶୀଳ୍ପୀ ଵିଶ୍ୱର୍କମା

ଦୃୃୃଢ ନିର୍ଭୀକ ଵହ୍ନିଵର୍ତିକା

ଜାତିର ପ୍ରଗତି ପୂଣ୍ୟ ମହାରଥେ

   କୁୁୁଶଳୀ ସାରଥୀ ଶ୍ରେଷ୍ଠ କର୍ମଵୀର ।

ତ୍ୟାଗୀ ନିିଷ୍ଠାପର ଉଚ୍ଚ ସ୍ୱ।ଭିିିମାନ

ଵ୍ୟକ୍ତିିତ୍ଯେ ସଂଚିତ ଆତ୍ମ ଅଭିମାନ

ଵଳିଷ୍ଠ ପ୍ରବକ୍ତା ଯୁକ୍ତି ନିଶାଣେ

ବିିିଦେଶୀ ଛାତି କଂପିଲା ସଘନେ

ଭାଷା ଆନ୍ଦୋଳନ କ୍ରାନ୍ତି ଜାଗରଣ

କୁୁୁଳଵୁୁୁ୍ଦ୍ଧ ଯୋଦ୍ଧା ମୂୂଳ ସୁତ୍ରକାର ।

ଅସ୍ପୃଶ୍ୟ, ଅସୂୟା ,ନିନ୍ଦା ହୀନମନ୍ଯ

ଛୁଇଁ ନାହିଁ ତୁମ ନିଷ୍ପାପ ଜୀଵନ

ଆଜୀବନ ସତ୍ୟ ଅଂହିସା ଯୋଗୀ

ହୃଦୟେ ଅସହ୍ୟ ଅକର୍ମ ଦେଖି

ହାତ ଗଢା ସ୍ୱପ୍ନ ଉତ୍କଳ ଟ୍ୟାନେରୀ

ମୂୂୂ୍ର୍ଛି ପାରିିିଲ ସହି ଋଣ ଭାର ।

ସମୂହ ସ୍ୱ।ର୍ଥ ସ୍ୱଧର୍ମ ସନ୍ତାପେ

ତେଜି ଗୃୃୃହବାସ ଏକାନ୍ତ ନିିବାସେ

ଅଜୟ ଦୁର୍ଜୟ ଵନ୍ଧୁର ପଥ

ଜୀବନେ ଥିଲା ଏକମାତ୍ର ଵ୍ରତ

ଉତ୍କଳ ପ୍ରଦେଶ ନିର୍ମାଣ ନିିର୍ଘୋଷେ

ମୁୁୁହୁଃମୁହୁ ଶୁୁଭେ ପ୍ରାଣତନ୍ତ୍ରୁ ସ୍ୱର ।

ସରଳ ସଫଳ ଗ୍ରାମୀଣ ଜୀଵନ

ସୁୁସ୍ଥ ନିିରାମୟ  ଓଡ଼ିଶା ଗଠନ


ସଙ୍କଳ୍ପେ ଅଚଳ ଦୃଢ ନିଷ୍ପତ୍ତି

ଦୂୂୂରଦର୍ଶୀ ଚିନ୍ତା ତୀକ୍ଷ୍ଣ ସୁନୀତି

ଦୁୁୁ୍ର୍ଵାର ସଂକଟେ ଉତ୍କଳ ମସ୍ତକେ

ଵିିିଜୟ ମୁୁକୁଟ ଥାପି ଵାରଵାର ।

ସ୍ମୃତି ରୋମନ୍ଥନେ ତୁମ୍ଭ ଜନ୍ମ କ୍ଷଣେ

ଅସୁମାରୀ ଆଶା ଜାଗିଉଠେ ମନେ

ଅମରାଵତୀର ଅମ୍ଳାନ ଆତ୍ମା

ତର୍ପଣ ଘେନ ହେ ପୂଣ୍ୟ ମହାତ୍ମା

ଚିିିର ନମସ୍ୟ ଜା ଗ୍ରତ ପ୍ରହରୀ 

ଭୀଷ୍ମ ପିତାମହ ତୁମ୍ଭେ ଉତ୍କଳର ।



Rate this content
Log in