ସୁତୁରା ରହିଲେ ମିଳଇ ସୁଖ
ସୁତୁରା ରହିଲେ ମିଳଇ ସୁଖ
ସୁତୁରା ରହିଲେ ମିଳଇ ସୁଖ
ରୋଗ ବେମାରୀଙ୍କ ନଥାଏ ଦକ ।
ଏଠିସେଠି ଯିଏ କରେ ଅସନା
ଭୋଗୁଥାଏ ସିଏ ରୋଗ ଯାତନା ।
ଅସନା ଯାଗାରେ ରୁହନ୍ତି ମଶା
ମାଛିମାନେ ସେଠି କରନ୍ତି ବସା ।
ମଶା ମାଛି ମିଶି ଦିଅନ୍ତି ଦୁଃଖ
ଲୁଟି ନିଅନ୍ତି ସେ ଆମରି ସୁଖ ।
ଜନମନ୍ତି ସେଠି ରୋଗ ଜୀବଣୁ
ରୋଗ ଭୋଗୁ ଆମେ ସଭିଏଁ ତେଣୁ ।
ଚଉପାସ ଆମ ସଫା ରଖିବା
ଜୀବାଣୁଙ୍କ ଘର ଉଜାଡି ଦେବା ।
ଖାଲିପାଦେ ଜମା ଯିବାନି କାହିଁ
ଏଠିସେଠି କିଛି ଖାଇବା ନାହିଁ ।
ବାହାରକୁ ଗଲେ ମାକ୍ସ ପିନ୍ଧିବା
ନାକ ପାଟି କୁ ତ ଘୋଡାଇ ଦେବା ।
ବାହାରୁ ଆସିଲେ କରି ଯତନ
ହାତକୁ ଧୋଇବା ଘଷି ସାବୁନ ।
ଖାଇବା ଆଗରୁ ଧୋଇବା ହାତ
ଦିନକୁ ଦିବେଳା ଘଷିବା ଦାନ୍ତ ।
ବଢାଇ ଦେବାନି ହାତରେ ନଖ
ନଖ ମୂଳେ ଜମେ ମଇଳା ଦେଖ ।
ସୁସ୍ଥ ରହିବାର ଉପାୟ ଏହି
ଅବହେଳା ଜମା କରିବା ନାହିଁ ।
