STORYMIRROR

Mishra Manasi

Children

4  

Mishra Manasi

Children

ଘର ଆମ ମନ୍ଦିର-ଭାଗ-୨ଶିଶୁକବିତା

ଘର ଆମ ମନ୍ଦିର-ଭାଗ-୨ଶିଶୁକବିତା

1 min
393


ପାହାନ୍ତି ତାରା ଉଠୁ ନ ଉଠୁ ଉଠଇ ମାଆ ମୋର

ଝୋଟି ଚିତାରେ ମାଣବସାରେ ଝଲସେ ଘରଦ୍ୱାର ।


ବାର ମାସେ ତେର ଓଷା ବ୍ରତ ମନାସେ ପ୍ରଭୁପାଦେ

ସକଳ ଦୁଃଖୁ ମୋରପିଲାଙ୍କୁ ରଖହେ ଜଗନ୍ନାଥେ।


ସଞ୍ଜ ନଇଁଲେ ଚଉରା ମୂଳେ ସଞ୍ଜ ସଳିତା ଜାଳେ

ସବୁରି ସୁଖ ଶୁଭ ମନାସୀ ଆଖିରୁ ଲୁହ ଢାଳେ।


ଲିପା ଅଗଣା ପରେ ମସିଣା ପକାଇ ମାଆବୁଢ଼ୀ 

ପାନ ଖିଲିଖିଲି ପାକୁଆ ପାଟିରେ ଖୋଲେ କାହାଣୀ ପେଡି।


ମାଆ ହାତ ରନ୍ଧା ଭାତ ଡାଲି ଅମୃତ ପରି ଲାଗେ

ନାନା ପିଠା ପଣା କ୍ଷୀରୀ ପୁରି ବଢି ଦିଏ ସରାଗେ।


ସୁଷମା ଭରା ବଗିଚା ପୁରେ ରଙ୍ଗ ବେରଙ୍ଗୀ ଫୁଲେ 

ପରଜାପତି ଫୁଲରେ ବସି ପବନେ ଦୋଳି ଝୁଲେ।


ଗୁଣୁ ଗୁଣୁ ହୋଇ ଚଗଲା ମହୁମାଛିଟା ଉଡ଼ିଆସେ

ଚୁପି ଚୁପି କେତେ ତା'ମନ କଥା କହେ ସେ ଫୁଲ ପାଶେ।


ଟିକି ଗଡ଼ିଆ ଧରେ ଧାଡ଼ିକି ଗହଳ ଆମ୍ବ ପୁଂଜେ

ବଉଳ କୁଞ୍ଜେ କୋଇଲି ଗାଏ ନିଇତି ମଧୁ ସଂଜେ।


ମାଆର ଗାଳି ଦଣ୍ଡର ଧୂଳି ପଣତ ଅଭୟ କାନି 

ପାଦେ ଲୋଟି ମଥା ସମର୍ପି ଦେଲେ ଜଗତ ଯିବି ଜିଣି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children