Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Others Children

3  

Bharatabandhu Biswal

Others Children

ନିଦ ମାଉସୀ ଦେଏ ଆଉ°ସି

ନିଦ ମାଉସୀ ଦେଏ ଆଉ°ସି

1 min
131



ନିଦ ମାଉସୀ   ଦେଏ ଆଉ°ସି

    କୁନା ପିଠିକୁ ମୋର

ଆଖିକୁ ତାର  ଆସୁନି ନିଦ

    ଲାଗୁଛି ତାକୁ ଡର ।

ରାତି ଅଧିକ   ହେଲାଣି ଆସି

   ଶୋଇନି ଆମ କୁନା

କହୁଛି ସିଏ    ଶୁଣିବ ଗପ

    ହେଉଛି ଅଝଟିଆ ।

ସପନ ଦେଶୁ   ଚଢିକି ବେଗେ

   ପକ୍ଷୀ ରାଇଜ ଘୋଡ଼ା

ନିଦ ମାଉସୀ   ନ କରି ଡେରି

   ମୋ କୁନା ପାଖକୁ ଆ ।

ଆଣିବୁ ଖୋଜି  ସାଥିରେ ତୋର

   ଶୁଆ ଥଣ୍ଟିଆ ଜାମା

ପାଚିଲା ଜାମୁ   ପିଜୁଳି ଆତ

   ଖାଇବ କୁନା ସୁନା ।

ବୁଲିବୁ ଏଠି   ମୋ କୁନା ସାଥେ

   ଦେଖିବୁ ମେଳା ଯାତ

କିଣିକି ଦେବୁ   ଖଜା ମିଠେଇ

   କୁନା ଗାଇବ ଗୀତ ।

ରାନ୍ଧି ମୁଁ ଦେବି  ଡାଲି ଓ ଭାତ

   ଖରଡି ଦେବି ଶାଗ

କଦଳୀ ଭଜା   ମଞ୍ଜା ରାଇତା

   ବଢ଼ି ବେସର ପାଗ ।

କୁନାର ସାଥେ  ଖାଇବୁ ହସି

   କରିବ କେତେ ମଜା

ଶୁଣିବ କୁନା   କାନକୁ ଡେରି

   ପରୀ ରାଇଜ କଥା ।

ବୁଲାଇ ନେବୁ  ସାଥିରେ ତୋର

   ଯିବ ସେ ଉଡି ଉଡି

ଦେଖିବ କୁନା  ଜହ୍ନ ମାମୁକୁ

   ତା ଅଜା ଆଈ ବୁଢ଼ୀ ।

ସପନ ଦେଶ   ରାଜକୁମର

   ସାଥିରେ କୁନା ମିଶି

ପଢ଼ିବ ପାଠ  ହୋଇବ ଚାଟ

   ମନ ତା ହେବ ଖୁସି ।


Rate this content
Log in