ରାମ ଆସିଥିଲେ ଅଯୋଧ୍ଯା ଫେରି
ରାମ ଆସିଥିଲେ ଅଯୋଧ୍ଯା ଫେରି
ଆଶ୍ବିନ ମାସର କୃଷ୍ଣ ଚତୁର୍ଦ୍ଦଶୀ
ଆଜି ପୁଣ୍ଯ ତିଥି ଶୁଭ ଦୀପାଳି
ବନବାସ ସାରି ରାବଣ ସଂହାରି
ରାମ ଆସିଥିଲେ ଅଯୋଧ୍ଯା ଫେରି ।
ଖେଳି ଯାଇଥିଲା ଆନନ୍ଦ ଉଲ୍ଲାସ
କୋଣ ଅନୁକୋଣ ଜନ ମାନସେ
ସ୍ଥାପି ଗୃହାଙ୍ଗନେ ମଙ୍ଗଳ କଳସ
ଚାହିଁ ରହିଥିଲେ ସର୍ବେ ହରଷେ ।
ଭରି ଯାଇଥିଲା ପ୍ରତିଟି ଜୀବନେ
ନବୀନ ଉତ୍ସାହ ପ୍ରାଣ ଉଚ୍ଛ୍ୱାସ
ଉଠୁଥିଲା ଗୁଞ୍ଜି ଦିଗ ଦଶଦିଶେ
ଜୟ ରାମଚନ୍ଦ୍ର ଜୟ ନିର୍ଘୋଷ ।
ନଗ୍ର ପୁର ପଲ୍ଲୀ ଦୀପର ଜ୍ୟୋତିରେ
ହେଲା ଆଲୋକିତ ଉଦଭାସିତ
ସ୍ବପ୍ନ ରାମରାଜ୍ଯ ହୋଇଲା ସାକାର
ପ୍ରତିଷ୍ଠିତ ହେଲା ସମାଜେ ସତ୍ଯ ।
ମର୍ଯ୍ୟାଦା ପୁରୁଷ ଶ୍ରୀରାମଚନ୍ଦ୍ରଙ୍କ
ଆଦର୍ଶ ତ୍ଯାଗକୁ ଅନୁସରି
ପାଳନ ହୁଅଇ ଆଲୋକର ପର୍ବ
ହର୍ଷ ଉଲ୍ଲାସରେ ଦୀପାବଳୀ ।
ଭରିଦେଉ ସୁଖ ଶାନ୍ତି ଓ ଆନନ୍ଦ
ଉଜ୍ଜ୍ବଳୁ ଆଦର୍ଶେ ଜୀବନ ପ୍ରାଣ
ଶୁଭ ଦୀପାବଳି ଅବସରେ ବନ୍ଧୁ
ସାଦରେ ଜଣାଏ ଅଭିନନ୍ଦନ ।
------
