Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Classics

4  

Tikeshwar Sahu

Classics

ରାମାୟଣ

ରାମାୟଣ

2 mins
436



ଶୁଣ ଶୁଣ ରାମାୟଣ ପବିତ୍ର କାହାଣୀ,

କାହାଣୀ ନୁହେଁତ ଇଏ ରାମ ମୁଖ ବାଣୀ |୧|

ରାମାୟଣ ଶ୍ରବଣରେ ନିର୍ମଳ ହୃଦୟ,

ଜଳ ସ୍ଥଳ ଆକାଶ ଯେ ଅମଋତମୟ |୨|

ରାମ ରାମ ରାମ ରାମ ଜୟ ରାମ ରାମ,

ଯେ ନାମ ଧରିଲେ ମନ ନ ଦଣ୍ଡିବ ଯମ |୩|

ସେହି ଏକା ପରଂବ୍ରହ୍ମ ନର ନାରାୟଣ,

ପାପ ଭାର ନାଶ ପାଇଁ ହୋଇଲେ ଜନମ |୪|

ଦଶରଥ ମହାରାଜା ଅଯୋଧ୍ୟା ରାଜନ,

ଶିକାର ଆଶାରେ ବନ କରିଲେ ଗମନ |୫| 

ସ୍ବଚ୍ଛ ନୀରା ନଈ ଗୋଟି ଯାଉଅଛି ବହି ,

ବୃକ୍ଷଲତା ଉଢ଼ାଳରେ ଲୁଚିଗଲେ ତହିଁ |୬|

ହଠାତ୍ ଶୁଭିଲା ଜଳେ ଚଭଚଭ ନାଦ ,

ଶବ୍ଦଭେଦୀ ଶର ଯୋଖି ଦେଲେ ସେ ରାଜନ |୭|

ଶର ଯାଇ ବିଦ୍ଧ ହେଲା ଶ୍ରବଣ ହୃଦୟେ,

ଆଃ !କହି ଚିତ୍କାରିଲେ ପରାଣ ବିକଳେ |୮|

ଦଶରଥ ଦୌଡ଼ିଗଲେ ଶିକାର ପାଖକୁ,

ଦେଖିଲେ ଯୁବକେ ଶର ବଧିଛି ବକ୍ଷକୁ |୯|

ହାତରେ ରହିଛି ଏକ ମାଟିର କଳସ,

ଶ୍ରବଣ କୁମାର ନାମ ପ୍ରାଣ ଯିବ ନାଶ |୧୦|

ଶ୍ରବଣ ବାହାରି ଥିଲା ତୀର୍ଥଯାତ୍ରା ପାଇଁ ,

ନଈଜଳେ ଆସିଥିଲା ଜଳ ନେବାପାଇଁ |୧୧|

ଶ୍ରବଣର ପିତାମାତା ଅନ୍ଧ ଦୁଇ ଜାଣ,

ତୃଷାର୍ତ୍ତଙ୍କୁ ଜଳ ଦେବା ତାହାର ଗମନ |୧୨|

ଦେଖୁ ଦେଖୁ ପ୍ରାଣବାୟୁ ଉଡ଼ିଗଲା ତାର, 

ଦଶରଥ ତାହା ଦେଖି ଶୁଖିଗଲା ସର |୧୩|

କଳସିରେ ଜଳ ଭରି ତହୁଁ ଦଶରଥ,

ଚଳିଗଲେ ଅନ୍ଧ ମୁନି ପାଖରେ ପ୍ରବେଶ |୧୪|

ପଦଶବ୍ଦ ଶୁଣି ଅନ୍ଧ ଡାକନ୍ତି ଶ୍ରବଣ !

ଆଣିଲୁ କି ଜଳ ଆରେ ବାବୁ ମୋର ଧନ |୧୫| 

ତୃଷା ହେତୁ ତଣ୍ଟି ଆମ ଯାଉଅଛି ଶୁଖି,

ଦିଅ ଜଳ ତୃଷା ଯାଉ ଡାକେ ପ୍ରାଣପକ୍ଷୀ |୧୬ |

ନିଃଶବଦ ହେତୁ ପଚାରିଲେ ଅନ୍ଧମୁନି,

କିମ୍ପାଇ ଆଜି ମଉନ କହ ଆରେ ଯତି |୧୭|

ଦଶରଥଙ୍କୁ ଚୌଦିଗ ଦିଶିଲା ଅନ୍ଧାର,

କିପରି ଜଳକୁ ଦେବେ ସେହି ମୁନିବର |୧୮|

ତଥାପି ସାହସ ଭରି ଜଳ କଳସକୁ ,

ପିଆଇବା ଆଶେ ରାଜା ଚଳିଲେ ପାଖକୁ |୧୯|

ହସ୍ତ ଛୁଇଁ ଜାଣେ ମୁନି ନୁହଁଇ ଶ୍ରବଣ,

କିଏ ତୁମେ ଆସିଅଛ କହ କି କାରଣ ? ୨୦|

କାହିଁ ଗଲା ନ ଆସିଲା ମୋହରି ଶ୍ରବଣ ,

ଅନ୍ଧ ମାତା ବିକଳରେ କରନ୍ତି ରୋଦନ |୨୧|

ଶେଷେ ଯାଇ ଦଶରଥ ପରିଚୟ ଦେଲେ,

ଶ୍ରବଣର ପିତାମିତା ହିଆ ହରାଇଲେ |୨୨|

ଦୂରାଚାରୀ ଦଶରଥ କରିଲୁ ନିଧନ,

କିସ ଦୋଷ କରିଥିଲା ମୋହରି ନନ୍ଦନ |୨୩|

କ୍ଷମା ଆଚରିଲେ ରାଜା ମୁନି ପଦ ତଳେ,

ଅଜାଣତେ ହତ୍ୟା ହେଲା ଶବ୍ଦ ଭେଦୀ ଶରେ |୨୪|

ହା ପୁତ୍ର ହା ପୁତ୍ର କହି ଅନ୍ଧ ଯାନ୍ତି ଢଳି,

ଦୁଃଖର ମହାସାଗର ପଡ଼ିଲା ଉଛୁଳି |୨୫|

ବେସାହାରା ହେଲୁ ଆମ୍ଭେ ଯିବ ଆମ୍ଭ ପ୍ରାଣ,

ଅଭିଶାଷ ଘେନ ରାଜା ଆମ୍ଭର ଏ ପଣ |୨୬|

ପୁତ୍ର ବିଚ୍ଛେଦରେ ରାଜା ତୁମ୍ଭ ପ୍ରାଣ ଯିବ,

ମଲାବେଳେ ତୁମ୍ଭ ପାଶେ ପୁତ୍ର ବି ଥିବ | ୨୭|

ଏତେ କହି ପ୍ରାଣ ଛାଡ଼େ ଅନ୍ଧ ଓ ଅନ୍ଧୁଣୀ,

ବିକଳରେ ଦଶରଥ ରୋଦନ୍ତି ଧରଣୀ |୨୮|

ଅଭିଶାପ ନୁହେଁ ଏହି ମୋତେ ଆଶୀର୍ବାଦ,

ପୁତ୍ରହୀନ ମୁହିଁ ମୁନି ତୁମ୍ଭେ ନାରାୟଣ |୨୯|

କ୍ରିୟାକାର୍ଯ୍ଯ କରି ରାଜା ଫେରିଲେ ନବରେ,

ମନଦୁଃଖେ ଅଭିଶାଷ କହିଲେ ରାଣୀରେ |୩୦|

ତିନି ରାଣୀ କଉଶଲ୍ୟା କୈକେୟୀ ସୁମିତ୍ରା,

ରାଜପୁରେ କରୁଥିଲେ ଜୀବନର ଯାତ୍ରା |୩୧|

ଅପୁତ୍ରିକ ହେତୁ ରାଣୀ ଅନୁରୋଧ କଲେ ,

ବଶିଷ୍ଠଙ୍କ ପରାମର୍ଶେ ଯଜ୍ଞ ଆରମ୍ଭିଲେ |୩୨|

ପୁତ୍ରେଷ୍ଟି ଯଜ୍ଞରେ ଦଶରଥ ପୂଜା କଲେ,

ମହାଋଷି ମୁନିଗଣ ମନ୍ତ୍ର ଉଚ୍ଚାରିଲେ |୩୩|

ଯଜ୍ଞ ପରେ ଚରୁ ଅନ୍ନ ରାଣୀଙ୍କୁ ପ୍ରଦାନ,

ଦଶରଥ କରିଥିଲେ ଭାବନା ମହାନ |୩୪|

କଉଶଲ୍ଯା ଏକ ଅଂଶ ସୁମିତ୍ରାଙ୍କୁ ଦେଲେ,

କୈକେୟୀ ସୁମିତ୍ରାଙ୍କୁ ଆଉ ଅଂଶେ ଦେଲେ |୩୫|

 ଦଶ ମାସ ଦଶ ଦିନେ ରାମ ଜନମିଲେ,

ସରଗୁ ଦେବତାଗଣ ପୁଷ୍ପ ବରଷିଲେ |୩୬|

ସ୍ବୟଂ ବିଷ୍ଣୁ ନାରାୟଣ ରାବଣ ନିଧନେ,

ଜନମିଲେ ଦଶରଥ ରାଜାଙ୍କ ଭୁବନେ |୩୭|

କେକେୟୀ ଗରଭୁ ଜାତ ସୁପୁତ୍ର ଭରତ,

ରାଜଗୃହ ହୋଇଗଲା ଯେପରି ପବିତ୍ର |୩୮|

ସୁମିତ୍ରା ଗରଭୁ ଜାତ ଲକ୍ଷ୍ମଣ ଶତ୍ରୁଘ୍ନ,

ଚାରି ଭାଇ ଜନମିଲେ ଅଯୋଧ୍ୟା ଭୁବନ |୩୯|

ଖେଳିଗଲା ହସଖୁସି ରାଜ ନବରରେ,

ରାମ ରୂପେ ନାରାୟଣ ଜନମ ସେ ପୁରେ |୪୦|



Rate this content
Log in