Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Inspirational

4  

Tikeshwar Sahu

Inspirational

ଜୀବନର ମୋଡ଼

ଜୀବନର ମୋଡ଼

1 min
403



ଜୀବନର ମୋଡ଼ କେବେ କେଉଁଆଡ଼େ

ହାତୁ ହାତ ଯାଏ ଖସି,

କେବେ ହୁଏ ଆଗ କେବେ ହୁଏ ପଛ

ସୁଖ ଦୁଃଖ ରାଶି ରାଶି |୧|


ସୁଖର ସକାଳ ଦେଉଥାଏ ବଳ

ସୁଖ ତପନ କିରଣ,

ଶୀତଳ ସମୀର ପ୍ରବାହ ସତ୍ବର

ଦେଉଥାଏ ଶୀହରଣ |୨|


ଜୀବନର ପଥେ ଆସୁଥାଏ କେତେ

ନୂଆ ନୂଆ ତ ଆହ୍ବାନ,

ତାକୁ ମାଡ଼ିକରି ଆଗକୁ ବଢ଼ିଲେ

ମିଳିଥାଏ ସ୍ବାଭିମାନ |୩|


ନୂତନ ସକାଳ ଚାହିଁ ରହିଥାଏ

ସେହି ଶୁଭ ସମୟକୁ,

ଆନନ୍ଦର ସୀମା ସରହଦ ଡିଏଁ 

ଚାହେଁ ନାହିଁ ତ ପଛକୁ |୪|


ଯିଏ ହାରିଯାଏ ସିଏ ମରିଯାଏ

ଜୀବନ ଏକ ନାଟକ,

ଏହି ତ ଦୁନିଆଁ ଏକ ରଙ୍ଗମଞ୍ଚ

ସିଏ ହୁଏ ତା ରକ୍ଷକ |୫|


ଯାଏ ସିନା ନଈ କୂଳ ଖାଇ ଖାଇ

ତଳକୁ ବହିବା ଧର୍ମ,

ସ୍ବଭାବ ସଦ୍ଗୁଣ ରଖିବାଟା ହୁଏ

ଜୀବନର ମହାକର୍ମ |୬|


ଜୀବନର ମୋଡ଼ ନିଜ ହାତେ ଥାଏ

କର୍ତ୍ତବ୍ୟର ଆହ୍ବାନରେ ,

ଗଭୀର ବିଶ୍ବାସ ଆଣଇ ସାହସ

ପ୍ରତି ଜୀବନ ମୋଡ଼ରେ |୭|


ଆହ୍ବାନ ଆସଇ ପ୍ରତି ମୁହୂର୍ତ୍ତରୂ

ଯନ୍ତ୍ରଣା ସୁଖସ୍ବପନ,

ଲୁହ ପିଇ ଯାଇ ସୁଖକୁ ଖୋଜିଲେ

ହୋଇଯାଏ ସମାପନ |୮|


ଦୋଛକି ଜୀବନ ଅସ୍ଥିର ଏ ମନ

ଆହ୍ବାନର ତାଡ଼ନାରେ,

ଆହ୍ବାନକୁ ବଳି ଅସ୍ଥିରତା ଦଳି

କରିଯିବା ଆଗଭରେ |୯|


ନୂତନ ସକାଳ ଦିଶେ ପରିମଳ

ତୋଫା ଆଲୋକ କିରଣ,

ସେହି କିରଣରେ ଜୀବନ ସାର୍ଥକ

ସଫଳତାର ବରଣ |୧୦|



Rate this content
Log in

Similar oriya poem from Inspirational