STORYMIRROR

Tikeshwar Sahu

Inspirational

3  

Tikeshwar Sahu

Inspirational

ବାପୁଜୀ

ବାପୁଜୀ

1 min
164



ସତ୍ଯର ପୂଜାରୀ ନ୍ୟାୟଦଣ୍ଡଧାରୀ 

କୋଟୀ ଜନତାର ହେ ପ୍ରିୟ ବାପୁଜୀ,

ଅହିଂସା ମନ୍ତ୍ରରେ କରିଲ ମନ୍ତ୍ରୀତ

ତୁମ ନାମେ ଜଳେ ସତ୍ଯର ଦିପାଳୀ ।


ସ୍ନେହ ମମତାର ବୁହାଇଲ ଧାର

ହିଂସା ଦ୍ବେଷ ଆଦି ସବୁକୁ ବରଜୀ,

ଶାନ୍ତି ମୈତ୍ରୀ ପ୍ରୀତି ଧାରା ମନ୍ଦାକିନୀ

ଈର୍ଷା ହିମାଳୟ କ୍ଷଣେ ଗଲା ଭାଜି ।


ହାତଗଢ଼ା ଧୋତି ଅମାପ ଶକତି

ପାଞ୍ଚଫୁଟ ଲାଠି ଦେଇପାରେ ତଡ଼ି,

କୋଟୀ ବନ୍ଧୁକର ଗୁଳି ଗୋଳା ସ୍ବର

ଭେଦି ପାରିଲାନି ବାପୁଜୀଙ୍କ ଛାତି ।


ଅମର ବାପୁଜୀ ହେ ଫକୀର ବାବା

ଭାରତର କୋଟୀ ନିଧି ରତ୍ନ ସାଜି,

ପ୍ରତି ହଦୟରେ ତୁମ୍ଭ ନାମ ସ୍ମରେ

ସ୍ବାଧୀନ ଭାରତ ତୁମ୍ଭ କୀର୍ତ୍ତିରାଜୀ


ହେ ମହାମାନବ ତୁମ୍ଭେ ଜାତି ଦେବ

ବିଶ୍ବ ବକ୍ଷେ ଦେଲ ଅହିଂସାର ମନ୍ତ୍ର,

ସେ ଓଁକାର ମନ୍ତ୍ର ହେଲା ବିଜମନ୍ତ୍ର

ଉଭାହେଲା ଆସି ବ୍ରହ୍ମତେଜ ସାଜି ।


ପ୍ରତି ମୂହୁର୍ତ୍ତରେ ଅକ୍ଟୋବର ଦୁଇ

ବାପୁଜୀଙ୍କ ଜନ୍ମ ଦିନ ଆସେ ନେଇ,

ପ୍ରତିବଦ୍ଧତାର ସଂକଳ୍ପ ବୋଧର

ସ୍ବଚ୍ଛତା ସମ୍ମାନ ଭାବନାକୁ ପୂଜି ।


ହୃଦୟର ସବୁ ଭକ୍ତି ପୁଷ୍ପାଞ୍ଜଳୀ

ବୁପୁଜୀଙ୍କ ପଦେ ଦେଇ କରେ ଅଳୀ,

ଆଉ ଥରେ ଦେଖ ତୁମ୍ଭ ରାମରାଜ୍ୟ

ଭାବ ଗଦଗଦେ ପଡ଼ିବ ଉଛୁଳି ।


ତୁମ୍ଭ ଜନ୍ମଦିନ ଭାରତର ମାନ

କୁମାରୀକାଠାରୁ ହିମ କରେ ଗାନ,

ପଦଧୌତ କରେ ବଙ୍ଗୋପ ଆରବ

ମହାସାଗରର ଜଳ ଶ୍ରଦ୍ଧାଞ୍ଜଳୀ ।



Rate this content
Log in

Similar oriya poem from Inspirational