Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tikeshwar Sahu

Others

4  

Tikeshwar Sahu

Others

ଆଧାର କାର୍ଡ

ଆଧାର କାର୍ଡ

1 min
428


ଆଧାର ଦିଅଇ ଆଧାର କାର୍ଡଟି

ସବୁଥିରେ ଦରକାର,

ମୂଲିଆ କାମରୁ ସରକାରୀ କାମ

କରିଛନ୍ତି ସରକାର |୧|

ନୂଆ ପରିଚୟ ଭାରତ ଦେଶରେ

ଏକକ ଯେ ପରିଚୟ,

ଯେ କୌଣସି କାମ ବ୍ୟାଙ୍କ ସେବା ଆଦି

ରଖି ଦେଇଥାଏ ଲୟ |୨|

ସରକାରଙ୍କର ସମସ୍ତ ସାହାଯ୍ଯ

ପାଇଁ ଲୋଡ଼ା ଏ ଆଧାର,

ଆଧାର ବିହୁନେ ସାହାଯ୍ୟ ମିଳେନା

ମନ କଷ୍ଟ ହେବା ସାର |୩|

ହାତର ଆଙ୍ଗୁଠି ଚିହ୍ନ ହେଉ ଅବା

ଆଖି ଦୁଇଡୋଳା ଫଟୋ,

ଚିହ୍ନ ବଦଳେନି ପରିଚୟ ପାଇଁ

ଯିଏ କରୁ ଯେତେ ନାଟ |୪|

ଭିନ୍ନ ପରିଚୟ ଦେଇ ଦେଶ ଦ୍ରୋହ

ପାଇଁ ନୁହଁଇ ସମ୍ଭବ,

ଆଧାର ଦିନରୁ ବଦଳି ଗଲାଣି

ପରିଚୟ ନୂଆ ଦିଗ |୫|

ବାଆର ଅଙ୍କର ସମାହାର ଏହି

ଆଧାର ନୂଆ ନମ୍ବର,

କେହି କାହା ସହ ସମାନ ନୁହଁଇ

ପରିଚୟ ନୂଆ ସାର |୬|

ଗାଆଁର ଠିକଣା ପିତା ପରିଚୟ

ଜନମ ତାରିଖ ଯୋଡ଼ା,

ବିଦ୍ୟାଳୟ ଅବା ବ୍ୟାଙ୍କ ସେବାଠାରେ

ନାମ ସାଥେ ହୁଏ ଲୋଡ଼ା |୭|

ଦେଶ ବିଦେଶରେ ପରିଚୟ ଏହି

ଆଧାର କାର୍ଡଟି ଆଗ,

ପାସପୋର୍ଟ ହେଉ ପାନକାର୍ଡ ପାଇଁ 

ଦରକାର ହୁଏ ଆଗ |୮|

ଆଧାର କାର୍ଡ ଯେ ବାନ୍ଧି ରଖିଅଛି

ପରିବାର ସଂପର୍କକୁ,

ଏକତା ସୂତ୍ରରେ ଗୋଟିଏ ମାଳାରେ

ଗୁନ୍ଥିଛି ଫୁଲମାନଙ୍କୁ |୯|

ଧନ୍ୟରେ ଆଧାର ଧନ୍ୟ ତୋ ସୁଧାର

ଧନ୍ୟ ପୁଣି ସରକାର,

ପରିଚୟ ଦିଏ ଭାରତ ମାତାର

ସନ୍ତାନ ଯେ ଏକତାର |୧୦|


Rate this content
Log in