STORYMIRROR

Tikeshwar Sahu

Inspirational

4  

Tikeshwar Sahu

Inspirational

ବାପା

ବାପା

1 min
382


ବାପା ସର୍ବବ୍ୟାପୀ ସାକାର ମୂରତି

ସର୍ବଦେବ ଦେବେଶ୍ବର ,

ବାପା ବାୟୁ ପାଣି ବହନ୍ତି ଉଜାଣି

ବ୍ରହ୍ମ ସମଗ୍ର ବିଶ୍ବର ।୧।


ମାପିନି ଆକାଶ କେତେ ଉଚ୍ଚ ବୋଲି

ମାପିନି ବାୟୁ ଆକାର,

ବାପା ସେତେ ଉଚ୍ଚ ସେତେ ଯେ ବ୍ଯାପକ

ବୁଝିବା ସାଧ୍ୟ କାହାର ।୨।


ଫୁଲର ରଙ୍ଗରେ ବାସନା ଭିତରେ

ବାପାଙ୍କ ଭାବନା ଥାଏ,

ପ୍ରତି ଅଙ୍ଗେ ଭରି ଶକତି ସଞ୍ଚରି

ରକତରେ ବହୁଥାଏ ।୩।


ପ୍ରତି ପ୍ରଶ୍ବାସରେ ପ୍ରତି ନିଃଶ୍ବାସରେ

ବାପା ଯେବେ ବହିଆସ,

ପ୍ରାଣର କରତା ସର୍ବ ବିଶ୍ବଧାତା

ପୁତ୍ର ହୃଦ ମଧ୍ୟେ ବସ ।୪।


ବାପା ନିର୍ବିକଳ୍ପ ଜୀବନ ବିକଳ୍ପ

ହୃଦୟର ଭାବଧାରା,

ମୁଖର ଭାଷାରେ ସକାଳ ଉଷାରେ

ଉଇଁ ଆସେ ରଶ୍ମୀ ପରା ।୫।


କେଉଁ ଭାବ ଦେଇ କେଉଁ କୁସୁମରେ

ପୂଜିବି ତୁମ୍ଭ ପୟର,

ହୃଦୟ କୁସୁମ ପୂଜି ତୋଳିଦିଏ 

ଲାଗିବ ତୁମ୍ଭ ପଦର ।୬।


ବାପା ମହାଶବ୍ଦ ଶୁଦ୍ଧ ବ୍ରହ୍ମନାଦ

ଉଚ୍ଚାରଣେ ମହାଶୁଦ୍ଧି,

ବାପା ଶବ୍ଦଟିରେ ପୂରି ରହିଅଛି

ସକଳର ଉପଲବ୍ଧି ।୭।


ବାପା ଅଗ୍ରଗଣ୍ୟ ପ୍ରଭାତି ଲାବଣ୍ୟ

ସୂର୍ଯ୍ଯଠାରୁ ଯେ ପ୍ରଖର,

ମହା ତେଜୋଦିପ୍ତ ଅନନ୍ତ ପ୍ରଦୀପ୍ତ

ଦିଅନ୍ତି ସୁଖ ସମ୍ଭାର ।୮।


ଜଗତରେ ସାର ପିତାଶ୍ରୀ ଅକ୍ଷର

ଜୀବନର ଶ୍ରେଷ୍ଠୋତ୍ତମ,

ପିତାଙ୍କ ଆନନ୍ଦେ ପୂରି ରହିଥାଏ

ଜୀବନର ପ୍ରିୟତମ ।୯।


ପିତା ମାତା ପରା ଏକଇ ମୁଦ୍ରାର

ଦୁଇପାର୍ଶ୍ବ ଏକ ହୋଇ,

ପିତା ସ୍ବର୍ଗ ହେଲେ ମାତା ତ ବସୁଧା

ଦେବତା ଦୁହେଁ ଅଟଇ ।୧୦।



Rate this content
Log in

Similar oriya poem from Inspirational