ହସ ଚାଙ୍ଗୁଡ଼ି
ହସ ଚାଙ୍ଗୁଡ଼ି
ବୁଢ଼ାବୁଢ଼ୀ ଥିଲେ ଯୋଡ଼ିଏ ,ପିଲାପିଲି ଥିଲେ କୋଡ଼ିଏ ।
କହିଲରେ ପିଲେ ,ଆମେ ମିଶି ହେଲେ କେତେ ?
ପ୍ରଥମ ପିଲାଟି ଜୋରେ ହାତ ଟେକି କହିଲା, ଆମେ ପରା ଅଟୁ ଚାରି ।
ଅଜା ପଚାରିଲେ କେମିତି ?
ପିଲାଟି କହିଲା , ଯୋଡ଼ିଏ କୋଡ଼ିଏ ମିଶି ସିନା ହୁଏ ବାଇଶି,
କିନ୍ତୁ ବାଇଶିର ଦୁଇ ଦୁଇ ମିଶି ଚାରି ,ଆମେ ବସିଅଛୁ ଚକାପାରି ।
ଅନ୍ଯ ପିଲାଟିଏ କହିଲା ,ଆରେ ବୋକା ! ଏମିତି ଗଣନା ହୁଏ କାହିଁ ?
ଯୋଡ଼ିଏ କୋଡ଼ିଏରୁ ଏ କାଟିଦେଇ ଯୋଡ଼ି ହେଲାପରା ଦୁଇ ,କୋଡ଼ି ହେଲା ପରା ଏକ ।
ସବୁ ମିଶିକରି ହେଲା ତିନି ।
ଠିକ୍ କହିଲୁରେ ବାଇଆ,
ମୁଁ ଭାବୁଥିଲି ସେଇୟା ।
ତୃତୀୟ ପ
ିଲାଟି ଆଗେ ମାଡ଼ି ଆସି ଅଙ୍କ କଷି ଦେଲା ସିଲେଟରେ ,
ଯୋଡ଼ିଏକୁ ୨ ,କୋଡ଼ିଏକୁ ୨୦ ,
ମିଶେଇ କହିଲା ୨୨୦ ହେଲ ସଭିଏଁ ।
ବାଃ ! ରେ ପଣ୍ଡିତ ,ଏମିତି ଗଣନା ଶିଖେଇଲା ପରା ତୋତେ କିଏ ?
ଅଙ୍କ ସଂଖ୍ୟା ଥୁଆ ଏମିତି କେବେ କି ହୁଏ ?
ଅଜା ବୁଝାଇଲେ ଯୋଗ ଶିଖା
ସିଲେଟରେ ଖଡ଼ି ହେଲା ଯୋଖା ।
ଦୁଇ ଓ କୋଡ଼ିଏ ଅଙ୍କକୁ ଲେଖା
ଅଜା ଦେଖାଇଲେ ମିଶାଣ ଶିଖା ।
ହସ ଚାଙ୍ଗୁଡ଼ିରୁ ଫୁଲକୁ ନେଇ,
ଗୋଟି ଗୋଟିକରି ରଖିଲେ ଥୋଇ ।
ମିଶାଣ ପାଠକୁ ଶିଖିଲେ ପିଲେ ,
ହସରେ ହସରେ ଗଡ଼ି ସେ ଗଲେ ।
ଆଉ ହସକଥା କୁହଗୋ ଅଜା,
କୋଡ଼ିଏ ଦୁଇର ମିଶାଣ ଖଜା ।