STORYMIRROR

Manas Kumar Behera

Inspirational

3  

Manas Kumar Behera

Inspirational

ଚରିତ୍ରକୁ କିଏ ଦେଖୁଛି

ଚରିତ୍ରକୁ କିଏ ଦେଖୁଛି

1 min
206

ଚରିତ୍ରକୁ କିଏ ଦେଖୁଛି

ଝିଅ ଘରବାଲା ବର ଖୋଜିଗଲେ

ଗୋଟିଗୋଟି କୋଠା ଗଣୁଛି 

ପୁଣି ପଚାରୁଛି

ପୁଅ ଉପୁରି କେତେ କମାଉଛି

ଏଠି  ଚରିତ୍ରକୁ କିଏ ଦେଖୁଛି।।


ମାଗୁର ନିଶୁଆ ଚନ୍ଦା ମୁଣ୍ଡିଆ 

ହିଆରେ ବାଳ ନଥାଉ ପଛେ

ସରକାରୀ ବର ଖୋଜୁଛି

ଯଦି ଉପରି ଦି ପଇସା ଅଛି

ପ୍ରସ୍ତାବଟା ମେଳ ଖାଉଛି।।


ଗାଁ କମିଟିର ମୁଖିଆ

ଟାଉଟର ନେତା ସତୀଆ

ପାଞ୍ଚ ବର୍ଷ ହେବ କହୁଛି

ପାଣି ବିନା ଗାଁ ମରୁଛି

ଲାଞ୍ଚ ନେଇ ବିଲ୍ ପାସ୍ କରୁଛି

ବାର ବାର ସରପଞ୍ଚ ହେଉଛି।।


ଗୋରୀ ଝିଅ ବିଏ ପଢିଛି

ପାଞ୍ଚ ଦଶ ବୟଫ୍ରେଣ୍ଡ୍ କରିଛି

ଶହଶହ ବିବାହ ପ୍ରସ୍ତାବ ଆସୁଛି

କାଳି ବୋଲି ସତୀ ଝିଅ ଆଖି ଭିଜୁଛି।।


ଆମ ଗାଁ ଟୋକା ରତନା 

ଲାଞ୍ଚ ଦେଇ ମାଷ୍ଟର ଚାକେରୀ କରିଛି

ଗାଁରେ ତା'ଭାଉ ବଢ଼ିଛି

ସୁନ୍ଦରୀ ଘରଣୀ ଖୋଜୁଛି

ଦି ଲକ୍ଷ ଯୌତୁକ ମାଗୁଛି

ଏଠି ଚରିତ୍ରକୁ କିଏ ଦେଖୁଛି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational