STORYMIRROR

Manas Kumar Behera

Inspirational

4  

Manas Kumar Behera

Inspirational

ବର୍ଣ୍ଣ ବୈଷମ୍ୟତା

ବର୍ଣ୍ଣ ବୈଷମ୍ୟତା

1 min
108

ମଣିଷ ମଣିଷ  ଭିତରେ ଲଢେଇ

   ବର୍ଣ୍ଣ ବୈଷମ୍ୟତା ଭାବ

କଳାଗୋରା ରଙ୍ଗ ଭିତରେ ଫରକ

   ରହିଛି କି ଥରେ ଭାବ।୧।


ଗୋରାକଳା ଚର୍ମ ଶରୀରକୁ ଢାଙ୍କେ

   ରଙ୍ଗିନ ପୋଷାକ ପରି

ଭିତର ଚିରିଲେ  ନର୍କ କୁଣ୍ଡ ଯଥା

   ଅନ୍ତବୁଜୁଳା ଦିଶଇ।୨।


ଆଦରି ନିଅନ୍ତି  ସରବେ ଆଦରି

   ଶ୍ୱେତାଙ୍ଗ ଚର୍ମ ଜାବୁଡି

ଜାଣନ୍ତି ନାହିଁ ସେ  ମହାକାଳ ଫଳ

   ଭିତର ସୌନ୍ଦର୍ଯ୍ୟ ସେହି ୩।


ଭିତରେ ତାହାର  ପୂରି ରହିଥାଏ 

   କେତେ ନାହିଁ କେତେ ପୁଜ

ପରିଷ୍କାର ମନ  ଭିତର ସୁଗୁଣ

   ନଥାଏ ଏକଥା ବୁଝ ।୪।


ଯେଉଁମାନବର   ହୃଦୟଟି ସ୍ୱଚ୍ଛ

   ଚର୍ମ ହେଉ ପଛେ କଳା 

କାଳିମା ଭିତରେ  ଲୁଚି ରହେ ଯଥା

   ସୁନେଲି କିରଣ ଖରା ।୫।


କଳାଗୋରା ଭାବ  ମାନବର ସୃଷ୍ଟି

   ମନଗଢା ଏ କାହାଣୀ

କଳା ଜଗନ୍ନାଥ  କଳାପଟା କଳା

   ଉଦାହରଣରୁ ଜାଣି ।୬।


କଳାଧଳା ମିତ ସବୁଠାରେ ଦେଖ

   ପରସ୍ପର ଯେ ନିର୍ଭର

ଏକ ବିନା ଆର  ଅସ୍ଥିତ୍ୱ ହରାଏ

   ହୃଦୟେ ପରୀକ୍ଷା କର ।୭।


କୃଷ୍ଣାଙ୍ଗ ଶ୍ୱେତାଙ୍ଗ  ମନୁ ଚିନ୍ତା ଛାଡ

   ଉତ୍ତମକୁ କର ପ୍ରିୟ

ଅହିତ କାରକ ଦୂର୍ଜନ ବ୍ୟକ୍ତିଙ୍କୁ

  ସଙ୍ଗରୁ ଦୂରେଇ ଦିଅ ।୮।


ଘୃଣା କର ନାହିଁ  ନୀଚ ଭାବ ନାହିଁ

  ଚର୍ମର ରଙ୍ଗକୁ ଦେଖି

କ୍ଷଣିକ ମଧ୍ୟରେ କଦାକାର ହୁଏ

  ଶରୀରେ ହୋଇଲେ ବ୍ୟାଧି ।୯।


ଆଉ କେତେ ଦିନ ଧଳାକଳା ରଙ୍ଗେ 

   ଯୁଦ୍ଧ ଚାଲିଥିବ ଭାଇ

ବର୍ଣ୍ଣ ବୈଷମ୍ୟତା ଦୂରେଇବା ଆମେ 

  ଏକବିଂଶେ ଏକ ହୋଇ ।୧୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational