STORYMIRROR

Manas Kumar Behera

Tragedy Inspirational

4  

Manas Kumar Behera

Tragedy Inspirational

ମଣିଷ

ମଣିଷ

1 min
80

ଶ୍ରେଷ୍ଠଜୀବ ଏ ଜଗତର

ସୃଷ୍ଟି ପରିଚାଳକଭାବେ ଦାୟିତ୍ୱ ତାର

ପରିବେଶ ପରିସ୍ଥିତି ସବୁକିଛି  

ତା ପାଇଁ ବଦଳେ ବାରମ୍ବାର ।୧।


ସମଗ୍ର ଜୀବଜଗତର ମେରୁଦଣ୍ଡ

କାବୁ କରିଛି ବୁଦ୍ଧିବଳେ କେତେ ନା କେତେ ଜୀବ ପ୍ରକାଣ୍ଡ

ଅଙ୍ଗୁଳି ଟିପରେ ଘୂରାଏ ଚଲାଏ

 ସମଗ୍ର ବିଶ୍ୱବ୍ରହ୍ମାଣ୍ଡ।୨।


ସର୍ବଶ୍ରେଷ୍ଠ ଅସ୍ତ୍ର ତାର ମାନବିକତା 

ପୁରିରହେ ତାହା ଦେହେ 

ଦୟା କ୍ଷମା ଓ ପରୋପକାରୀତା

ତେଣୁ ମଣିଷ ହୁଏ ଜଗତଜିତା ,ବିଜେତା ।୩।


ଅପରର କଷଣ ସହେ ନାହିଁ 

ନିଜ ଜୀବନକୁ ବାଜିରେ ଲଗାଇ

 ପର ପାଇଁ ସେ ଆସେ ଧାଇଁ 

ମାନବ ସାଜେ ମର୍ତ୍ତେ ଈଶ୍ୱର ଏଥିପାଇଁ ।୪।


ଧନ୍ୟ ସେ ମାନବ ମହିତଳେ

ସକଳ ସ୍ୱାର୍ଥେ ନିଜ ସ୍ୱାର୍ଥକୁ ଯେହୁ ଟାଳେ

ତାହାର ଗାଥା ଲେଖା ହୋଇ ରହେ କାଳେକାଳେ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy