STORYMIRROR

Panchanan Jena

Abstract Tragedy

3  

Panchanan Jena

Abstract Tragedy

ଆଖିର ଜ୍ୟୋତକ

ଆଖିର ଜ୍ୟୋତକ

1 min
163


କିଛି ଲୁହ ପୋଛିଦିଏ 

ହାତର ପାପୁଲି

   କିଛି ନିରବରେ ଝରିଯାଏ

 କେଇ ଟୋପା ଶୋଷିନିଏ

 ପଣତରେ କାନି

    ଆଖିକୋଣେ ଚମକୁଥାଏ ।୧


କିଛି ଲୁହ ବନ୍ଧବାଡ

 ଡେଉଁ ଲଂଘିଯାନ୍ତି

  ନୟନ ନଦୀର କୂଳ

ବାକି କିଛି ବରକୋଳିଆ

 ଟୋପା ଠପ୍ ଠପ୍

  ଶ୍ରାବଣର ଭ୍ରମମୂଳ ।୨


ବେଶି କିଛି ଲୁହ ପିଇଯାଏ

 ଉଠ ଚଟାପଟ

  ନୟନାମୃତ ପାଦୁକ

ନାକରୁ ପ୍ଳାବନ

 ନୟନାନୁ ଝରଣ କ୍ଷରଣ

  ଫେଣ୍ଟାଫେଣ୍ଟି ଦ୍ୟୁତକ ।୩


ଲୁହର ଲବଣ ନାସିକାରନ୍ଧ୍ର

 ଭେଦି ଶୁଭ୍ର ତରଳ

   ମିଶିଗଲେ ଏକାକାର

ସଂଗମ ସ୍ଥାପନ

 ପ୍ଳାବନ ଦ୍ରବଣ ମିଶ୍ରଣ

   ସୁଖାନ୍ତକ ନିରାଧାର ।୪


ଦୁଃଖରେ ଝରୁ କି 

ଶୋକରେ କ୍ଷରୁ

   ହୃଦୟ କନ୍ଦର ଦହେ

ସୁଖରେ ଝଲକୁ କି

 ଆନନ୍ଦେ ପଲକୁ

    ମୋତି ମାଣିକ୍ୟ ମୋହେ ।୫


ତରଳ ଗରଳ

 ଲୁହ ବିଭିଷିକା

  ହୃଦ ଗିରି ଚିରି ଝରେ

ରୁଧିର ମୁକୁର 

ଲୁହ ପାରାବାର

  ଇତିହାସ ରଚେ ସାରେ ।୬


ବୁଝି ପାରେନାହିଁ

 କାହିଁକି କେଜାଣି

 ସ୍ଵତଃ ଆସିଯାଏ କୋଣେ

ପୋଟଳ ଚିରା ଶିରା

 ଆଖି ଧାରା ମଧ୍ୟେ

  ତାରା ଫୁଲ ସମ ମଣେ ।୭


ଆଖିର ସୌନ୍ଦର୍ଯ୍ୟ 

ନାରୀର କୌମାର୍ଯ୍ୟ

  ପୁରୁଷର ଭୀରୁପଣ

ଦୁର୍ମୁଲ୍ୟ ଲୋକକ 

ଆଖିର ଜ୍ୟୋତକ

    ସସାଗରା ମହାଋଣ ।୮


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract