STORYMIRROR

Panchanan Jena

Inspirational

4  

Panchanan Jena

Inspirational

ବାର୍ଷିକ ଅଭିସାର

ବାର୍ଷିକ ଅଭିସାର

2 mins
2

କବିତା - ବାର୍ଷିକ ଅଭିସାର
 ରଚନା - ପଞ୍ଚାନନ ଜେନା
ତାରିଖ -୨୪-୦୪-୨୦୨୬
 +++++++++++++++++
 ଫଗୁ ଫଗୁଣରେ ଯଦି ପେନ୍ଥା ପେନ୍ଥା ଫୁଲ ନ ଫୁଟିଲା
ଯଦି ବାସ ସୁବାସ ମଳୟ ପବନରେ ନ ଚହଟିଲା
ଋତୁରାଜର ଦିଗନ୍ତ ବିସ୍ତାରୀ ସାମ୍ରାଜ୍ୟ କହି ପାରିବା କି ?

 ଗ୍ରୀଷ୍ମ ବୈଶାଖରେ ଯଦି ବହ୍ନିକନ୍ୟା କୃଷ୍ଣଚୂଡ଼ା ନ ହସିଲା
ଯଦି ଆମ୍ବ ବେଲ ଆଖୁ ତରଭୁଜର ବିପଣି ନ ବସିଲା
 ପଣା ସଂକ୍ରାନ୍ତିରେ ଓଡିଶା ନବବର୍ଷ ହର୍ଷ ଉଲ୍ଲାସରେ ପାଳିବ କି ?

 ମେଘ ଶ୍ରାବଣରେ ଯଦି କଳାହାଣ୍ଡିଆ ମୂଷଳଧାରାରେ ନ ବର୍ଷିଲା
 ଯଦି ବିଜୁଳି ଘଡଘଡିର ବଜ୍ର ନିନାଦରେ ଗଗନ ପବନ ନ କମ୍ପିଲା ମୌସମୀରାଣୀର ବାର୍ଷିକ ଅଭିସାର ବ୍ୟାଖ୍ୟା କରିବା କି ?

 ଶରତ ହେମନ୍ତରେ ଯଦି ଶୁଭ୍ର କାଶତଣ୍ଡି ନ ଫୁଟିଲା
ଯଦି କାଚକେନ୍ଦୁ ପାଣିରେ ଆକାଶ ଶ୍ରୀମୁଖ ନ ଧୋଇଲା
ମା' ଦୁର୍ଗତୀନାଶିନୀ ସିଂହବାହିନୀର ପୂଜାର୍ଚ୍ଚନା ବିଧି ବିଧାନରେ ହେବ କି ?

 କାର୍ତ୍ତିକ ପୂର୍ଣ୍ଣିମାରେ ଯଦି ଚକାଜହ୍ନ ନ ଉଇଁଲା
 ଯଦି ଜ୍ୟୋତ୍ସ୍ନାମୟ ଯୋଛନାରେ ଧରଣୀପ୍ଲାବନ ନ ହେଲା
 ମହାନଦୀରେ ଜ୍ୟୋତ୍ସ୍ନା ବିହାର ସାର୍ଥକ କହିବା କି ?

 ମାଘ ମାସରେ ବାଘ ଶୀତରେ ଯଦି କାକର ନ ପଡିଲା
ଯଦି କମ୍ବଳ ରେଜେଇ ସାଲ ମାଫଲାର୍ ନ ଲୋଡିଲା
 କୁହୁଡି ବଳୟ ଘେରା କାକରିଆ ସକାଳ ମାନିବା କି ?

 ନୀଳ ନୟନାର ନୀଳାମ୍ବୁ ତମ୍ବୁ ଯଦି ସ୍ବପ୍ନ ନ ଦେଖିଲା
 ଯଦି ସୁନେଲି ରୁପେଲି ଆଶା ଫୁଲ ନ ଫୁଟିଲା
ଧୂସର ଦ୍ୱୀପରେ ଗୋଲାପ ସହର ଗଢିବା କି ?

 ମୃଦୁ ମଳୟର ପରଶେ ସରସେ ଯଦି ସିହରଣ ନ ଜନ୍ମିଲା
 ଯଦି ନବାରୁଣ ଆଗତେ ନବ ଉନ୍ମେଷ ନ ହେଲା
 ଅୟୁତ ନିୟୁତ ଧନ ସମ୍ପତ୍ତି ପ୍ରାପ୍ତିରେ ଶାନ୍ତି ରହିବ କି ?

 ଗଣ୍ଡା ଗଣ୍ଡା ଡିଗ୍ରିଧାରି ଯଦି ଅନ୍ୟ ଆଖିର କରୁଣା ନ ବୁଝିଲା
ଯଦି ଅର୍ଥଲୋଭୀ ପାଦଚଟା କୁକୁର ପରି ଲାଞ୍ଚ ହାତେଇଲା
 ପ୍ରଜ୍ଞାଦୀପ୍ତ ଜ୍ଞାନୀ ବିଜ୍ଞାନୀ କତିପୟଙ୍କୁ ମହାମାନବ ମାନିବା କି ?

 ପଦ ପଦବୀର ମୋହରେ ଯଦି ଭକ୍ତି ବେଉଷଣ ନ ହେଲା
ବିଭୁ ଆରାଧନା ଆଳରେ ଠକେଇ ଅଭିଯୋଗ ଆସିଲା
ଭକ୍ତି ଆଗରେ ଶକ୍ତି ମୁଣ୍ଡ ଲମ୍ଭେଇ ସାଷ୍ଟାଙ୍ଗ ପ୍ରଣିପାତ କରି ପାରିବ କି ?


Rate this content
Log in

Similar oriya poem from Inspirational