STORYMIRROR

Panchanan Jena

Romance

3  

Panchanan Jena

Romance

ଖୁସି ପଟାଳି

ଖୁସି ପଟାଳି

1 min
0

ନାନୁ କବିତା - ଖୁସି ପଟାଳି
 ରଚନା - ପଞ୍ଚାନନ ଜେନା
 ତାରିଖ -୨୩-୦୪-୨୦୨୬
 ++++++++++++++++
ଦୁଇ ଧାଡିଆ ପ୍ରଶ୍ନାବଳୀ
ଦୁଇ ଧାରିଆ ଆଶାଥାଳି
 କହି ପାରିଲେ ମାନିନେବି
 ଭାବି କହିଲେ ଜାଣିପାରିବି
 ନିଜର କେହି ଜଣେ ଅଛି ଅଂଶୁମାଳି

 ମୁଁ ତୁମର କି'ଏ ହେବି କି ?
ତୁମେ ମୋର କି'ଏ ହେବ କି ?

 ଉତ୍ତର କହି ଦେଉଛି
ଏତେ ଛଇ ଛଟକ ଥାଉ
ଜାଣିଛ ସବୁ ମୌନ ରହୁଛ
ଆଖି କହୁଛି ସତ୍ୟର ଭାଉ

 "କି'ଏ" ଶବ୍ଦକୁ ହଟେଇ ଦେଖ
 ଉତ୍ତର ଧାଡିକୁ ମିଳେଇ ଚାଖ
 ମୁରୁକି ହସ ଆସୁ ଆସୁ ଖୁସି ପଟାଳି ।


Rate this content
Log in

Similar oriya poem from Romance