ଫାଳେ ମାନଚିତ୍ର
ଫାଳେ ମାନଚିତ୍ର
କବିତା - ଫାଳେ ମାଚଚିତ୍ର
ରଚନା - ପଞ୍ଚାନନ ଜେନା
ତାରିଖ -୨୩-୦୪-୨୦୨୬
+++++++++++++++++
ତୁମ ଖୋଲା ମେଳା ପିଠି ପାଣ୍ଡୁଲିପି ମେଳେ
ପଢ଼ିଛି କମ୍ ଭାବିଛି ବେଶି
ମେଲିଛି କମ୍ ଜାବୋଡିଛି ନେସି
ଗାରେଇଛି ଲବଙ୍ଗ ଦେଶର ଅଙ୍କାବଙ୍କା ମାନଚିତ୍ର ଫାଳେ
ତୁମ ନିତମ୍ବ ଦ୍ବୀପର ପ୍ରବାଳ ପ୍ରାଚୀର କୂଳେ
ଖେଳିଛି କମ୍ ପହଁରିଛି ବେଶି
ମିଶିଛି କମ୍ ହସିଛି କାଶି
ବର୍ଗ ବନ୍ଧନୀର ଜ୍ଯାମିତିକ କ୍ଷେତ୍ର ତାଳେ ତାଳେ
ତୁମ ମାର୍ବଲ ମସୃଣ ଦେହ ଦେଉଳ ଚୂଳେ
ଚଢିଛି କମ୍ ଧ୍ୟାନିଛି ବେଶି
ହାତ ଯୋଡିଛି କମ୍ ଭକ୍ତି କରିଛି ବେଶି
ପ୍ରେମ ସମ୍ପର୍କର ସମ୍ପୂର୍ଣ୍ଣ କ୍ଷେତ୍ରଫଳ ଆମୂଳେ ସମୂଳେ
ତୁମ ଗଭା ଗଜରା ହାରର ସମ୍ମୋହନ ବଳେ
ଦୂରତା ବଢିଛି କମ୍ କମିଛି ବେସି
ସାନ୍ଦ୍ରତା ଛାଣିଛି କମ୍ ପିଇଛି ବେସି
ନୀଳ ନୟନାର ନୀଳାମ୍ବୁ ଆଖିରେ ମାପି ପାରିଛି
ପ୍ରଥମ ପ୍ରେମର ପ୍ରତୀକାତ୍ମକ ପ୍ରତୀକ୍ଷା ଅସ୍ତାଚଳେ
ତୁମ ଶୁଭ ଜନ୍ମଦିନ ପାଳନ ସମର୍ପଣ ଆଳେ
ଚାଖିଛି କମ୍ ଖାଇଛି ବେସି
ଚାଟିଛି କମ୍ ପୁରେଇଛି ବସି
ଲାସ୍ୟ ନାୟିକାର ବାହୁ ବନ୍ଧନରେ ବାନ୍ଧି
ଟପ୍ ଟପ୍ ସ୍ଵେଦବିନ୍ଦୁର ସାଙ୍କେତିକ ପ୍ରେମଜଳେ

