STORYMIRROR

Panchanan Jena

Inspirational

4  

Panchanan Jena

Inspirational

ପ୍ରେମ-ଫ୍ରେମ

ପ୍ରେମ-ଫ୍ରେମ

1 min
1

କବିତା - ପ୍ରେମ-ଫ୍ରେମ
 ରଚନା - ପଞ୍ଚାନନ ଜେନା
ତାରିଖ -୨୬-୦୪-୨୦୨୬
+++!!+++++++++++++
 କି କହିବି ତୁମ ମାନଙ୍କୁ ?
 ଯୌବନାଦୀପ୍ତ ଅଚଳ ଅଧୁଲି ମାନଙ୍କୁ
 ଯେଉଁ ନାରୀ ଶରୀରକୁ ଦେଖି ପାଗଳ ହେଉଛ
ମନେ ମନେ କେତେ କଣ ଅଣ୍ଡାଳି ଖୋଜୁଛ
ପୂରା ଏକ ଲୟରେ ଲସି ସରବତ୍ ପିଇ ଯାଉଛ
ତୃଷ୍ଣା ମେଣ୍ଟେଇବାର ସାଧୁ ମାଧ୍ୟମ ବାଛିଛ ମାନିଛ

 ବୋକା କଉଁଠି କାର
 ଯଉଁ ମଖମଲି ଶରୀରକୁ ଭଲ ପାଇ ବସିଛ
ଭିତରେ ପରା ସ୍ପନ୍ଦନ ନାହିଁ
 ଯଉଁ ଲହୁଣି ପରି ନରମ ଶରୀରକୁ ଝୁରି ମର
 ଦୃଦୟ ପରା ବନବାସରେ ଯାଇଛି ଧାଇଁ
 ଯଉଁ ଚମ୍ପାରଙ୍ଗିଆ ଥୁକୁଲ ଥାକୁଲ ପଛରେ ମାତିଛ
ମନଟା ପରା ଭିନ୍ନ ଆଡ଼େ ବନ୍ଧା ପଡିଛି ପତ୍ତା ଇୟତ୍ତା ନାହିଁ
ଯଉଁ ହଳଦୀବସନ୍ତ ରାସ୍ତାକୁ ଏକ ଲୟରେ ଅନେଇ ବସିଛ
ଆତ୍ମାଟା ପରା ଅନ୍ୟ ନାଁରେ ଶାଢୀ ଶଙ୍ଗା ସିନ୍ଦୁର ନାଇଛି

 ଖାଲି ତ ଅନ୍ଧାର ଭିତରେ କରିବ ମେଳ
ଦେଖୁ ଦେଖୁ ଆରମ୍ଭି ଯିବ ଲମ୍ବା ଲମ୍ବା ଖେଳ
 ପ୍ରଥମ ଦର୍ଶନରେ ଯେଉଁ ପ୍ରେମ ଗୁଳି ଫୁଟିବ
 ପ୍ରଥମ ଧୂଆଁକୁ ଧୁଆଁଧାର ଢ଼ଙ୍ଗରେ ଆପ୍ରାଣ ଆଘ୍ରାଣ ଖୋଳ

 ଖାଲି ତ ବୋଳିବ ଗୋଳିବ ଇନ୍ଦ୍ରଧନୁର ସାତ ରଙ୍ଗ
ଦେଖୁ ଦେଖୁ ଭାବି ପକେଇବ କେତେ କେତେ ସୁଆଙ୍ଗ
ତୁମ ଉଦ୍ଭଟ କଳ୍ପନାକୁ ଯୁହାର
 ତୁମ ସାତ ଖୁରାକୁ ଦୂରୁ ଯୁହାର
ତୁମ ଝାଟିଆ ସେନ୍ତରା ବାତେରା ଗୁଣକୁ ଗୁହାର

 ଖାଲି ତ ବାଜିବ ନାଗରା ଉଡିବ ବିଜୟ ବୈଜୟନ୍ତୀ
ଦେଖୁ ଦେଖୁ ପଛେ ପଡ଼ିଯିବ ନୁଙ୍ଗୁରୁ ଫୁଙ୍ଗୁରୁ ପ୍ରଜାପତି
ବୁଲା କୁକୁର ପରି ଲାଙ୍ଗୁଡ଼ ଯାକି ଭାବ ପିରତି
ତୁମ ବେହିସାବ ବେହିଆ ଗୁଣକୁ ଯୋଡ଼ ଦଣ୍ଡବତ
ତୁମ ଏକପାଖିଆ ପ୍ରେମ ଭାଗବତକୁ ପ୍ରଣାମ ପ୍ରଣିପାତ

 ଧୀକ୍ ତୁମ ଅର୍ଦ୍ଧପାଗଳ ଭାବନା ତରଙ୍ଗକୁ
 ଶତ ଧିକ୍କାର ତୁମ କଲଙ୍କଲଗା ପ୍ରେମ ଫ୍ରେମକୁ


Rate this content
Log in

Similar oriya poem from Inspirational