ବିବାହ :ଏକ ବନ୍ଧନ
ବିବାହ :ଏକ ବନ୍ଧନ
ବିବାହ ତ ଏକ ପବିତ୍ର ବନ୍ଧନ
ମନେ ରଖିଥିବୁ ଝିଅ
ଦାମ୍ପତ୍ୟ ଜୀବନ ଦେବାଳୟ ସମ
ସ୍ୱାମୀ ଯେଉଁଠାରେ ଦିଅଁ ।
ବାପଘର ସୁଖ ଭୁଲିଯିବୁ ମନୁ
ହେଲାପରେ ଝିଅ ବାହା
ସଭିଙ୍କୁ ଆଦର ସେନେହ କରିବୁ
କାଳିଆ ହେବେ ତୋ ସାହା ।
ଦେଇଥିବୁ ମନ ବିଭୂଙ୍କ ପୟରେ
ଭକତିରେ ହୃଦ ଜିଣି
ସଙ୍କଟରେ ସ୍ୱାମୀ,ଶାଶୁ,ଶଶୁରଙ୍କ
ମନ ନେଉଥିବୁ କିଣି ।
ବରଷିବୁ ସ୍ନେହସିକ୍ତ କୃପା ବାରି
ଦେବୁନି କା ମନେ ବ୍ୟଥା
ମିଠା କଥା ସଦା ମୁଖେ ଉଚ୍ଚାରିବୁ
କହିବୁନି କଟୁ କଥା ।
ପରିବାର ଜନେ ଶ୍ରଦ୍ଧା ରଖିଥିବୁ
ସାଧୁସନ୍ଥେ ଦେଇ ମତି
ଶାଶୁ ଶଶୁରଙ୍କ ସେବା କରୁଥିଲେ
ଜୀବନେ ଲଭିବୁ ମୁକ୍ତି ।
ଜୀବନସାଥୀଙ୍କ ମନ ମୋହୁଥିବୁ
ହୃଦୟ ଦେବତା ମଣି
ଲୟ ରଖିଥିବୁ ସ୍ୱାମୀଙ୍କ ସେବାରେ
ସିଏ ତୋ ସଂପଦ ଖଣି ।
ସଂସାର ସାଗରୁ ସୁଖେ ହେବୁ ପାରି
ସାଜିବେ ସେ ତୋର କାତ
ଦାମ୍ପତ୍ୟ ଜୀବନ ପ୍ରତି ପାବଚ୍ଛରେ
ସାହା ହେବେ ଜଗନ୍ନାଥ ।