Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Children

4  

Kanduri Charan Rout

Children

ଶିଶୁମାନେ ନବକଳି

ଶିଶୁମାନେ ନବକଳି

1 min
250



ଶିକ୍ଷକ ସମାଜ କୁମ୍ଭାର ପରିକା

ଶିଶୁମାନେ କଞ୍ଚା ମାଟି

ଯେମିତି ଚାହିଁବା ସେମିତି ଗଢିବା

ଯିବନି ବି ଟିକେ ଫାଟି ।


ପାଠ ପଢା ସହ ଚରିତ୍ର ଗଠନ

ଶିଖାଇବା ଶିଶୁଗଣେ

ମାନବିକତାର ଚାରା ରୋପି,ସିଞ୍ଚି

ସ୍ନେହ ବାରି ପ୍ରତି କ୍ଷଣେ ।


ବୁକୁର ମମତା ମୁଖର ମଧୁରେ

ମୋହିବା ସଭିଙ୍କ ମନ

ଜ୍ଞାନର ଭଣ୍ଡାର ଖୋଲିଦେବା ସବୁ

ସିଏ ତ ବାସ୍ତବ ଧନ ।


ଲହୁଣୀଠୁ ବଳି କୋମଳ ହୃଦୟ

ଶିଶୁମାନେ ନବ କଳି

ମନ ପ୍ରାଣ ଦେଇ ଯତନ କରିବା

ପାଦରେ ଦେବାନି ଦଳି ।


ପ୍ରତିଟି ପାଖୁଡା ସୁରଭି ରେଣୁରେ

ଭରିଦେବା ଆମେ ପରା

ସେ କୋମଳ କଳି ବିକଶିତ ହେଇ

ମହକେଇ ଦେବ ଧରା ।

     


Rate this content
Log in

Similar oriya poem from Children