Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Children

3  

Kanduri Charan Rout

Children

ଫୁଲ ପରି ମୁଁ ହେବି

ଫୁଲ ପରି ମୁଁ ହେବି

1 min
192



ଟିକି ଫୁଲଟେ   ସୁନ୍ଦର ଦିଶେ

     ବାସଇ ମହମହ

ତାଆରି ପରି   ଏତେ ସରଳ

     ଆଉ କେ ଅଛି କହ

     ଫୁଲ ପରି ମୁଁ ହେବି

ଖରା ବରଷା   ଶୀତ କାକର

     ବାସନା ବିଞ୍ଚୁଥିବି ।


ପାଦପ ଦିଏ   ଫଳ, କୁସୁମ,

     ଥଣ୍ଡା ପବନ, ଛାଇ

ପରିବେଶକୁ   ସୁରକ୍ଷା କରେ

     ଅମଳଜାନ ଦେଇ

     ଗଛ ପରି ମୁଁ ହେବି

ସୁଖଦୁଃଖରେ  ପର ସେବାରେ

     ଜୀବନ ଢାଳିଦେବି ।


ଛୋଟ ସଳିତା   ନିଜେ ଜଳି କି

     ଅନ୍ଧାର ଦୂର କରେ

ଛୋଟ ଝରଣା   ଜଳ ଦାନରେ

     ଶୋଷିଲା ଶୋଷ ହରେ

     ସଳିତା,ଝର ହେବି

ଅମା ଅନ୍ଧାର,   ଶୋଷିଲା ପଣ

     ସବୁ ଦୂରେଇ ଦେବି ।

         


Rate this content
Log in

Similar oriya poem from Children