Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Others

4  

Kanduri Charan Rout

Others

ସ୍ୱାଧୀନତା

ସ୍ୱାଧୀନତା

1 min
227


ଅଗଷ୍ଟ ପନ୍ଦର ଆସିଅଛି ଆଜିଧରି ସ୍ୱାଧୀନତା ରେଳ

ଦୁଃଖ ଭୁଲିବାର ଦୁର୍ଲଭ ମୁହୂର୍ତ୍ତସପନ ସାଉଁଟା ବେଳ ।


ସ୍ୱାଧୀନ ଆକାଶେ ସ୍ୱାଧୀନତା ସୂର୍ଯ୍ୟ ସୁନେଲି କିରଣ ବୁଣି

ବୀର ସହିଦଙ୍କ ବୀରତ୍ୱର ଗାଥା କହିଯାଏ କାନେ ପୁଣି ।


ବିଦେଶୀ ଶାସନ ନାହିଁ ଆଉ ଦେଶେ ଆମେ ଆମ ସରକାର

ଆଗେଇ ଚାଲିବା ଶାନ୍ତି, ମୈତ୍ରୀ, ପ୍ରୀତି ଆପଣେଇ ପରସ୍ପର ।


ଜାତି, ବର୍ଣ୍ଣ, ଧର୍ମ, ଭାଷା ଭୁଲିଯାଇଏକତା ରଜ୍ଜୁରେ ବାନ୍ଧି

ପ୍ରଗତି ରଥକୁ ଟାଣି ନେଇଯିବା ଦେଶପ୍ରେମ ମନ୍ତ୍ରେ ଫାନ୍ଦି ।


ଜାତିର ଗୌରବ ତ୍ରିରଙ୍ଗା ପତାକା ଉଡ଼ୁଥିବ ଫରଫର

ସେହି ପତାକାକୁ କରେ ପ୍ରଣିପାତ ହସୁଥାଉ ନିରନ୍ତର ।



Rate this content
Log in