Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Children

3  

Kanduri Charan Rout

Children

ସର୍ବପଲ୍ଲୀ ରାଧାକୃଷ୍ଣ

ସର୍ବପଲ୍ଲୀ ରାଧାକୃଷ୍ଣ

1 min
253



ନାମ ସର୍ବପଲ୍ଲୀ ରାଧାକୃଷ୍ଣ

ପାଇଥିଲେ ପିଲାଦିନେ କଷ୍ଟ

ଆଧୁନିକ ଆନ୍ଧ୍ର ତିରୁଭାନୀ ଗାଆଁ

ଥିଲା ତାହାଙ୍କର ଜନ୍ମପୀଠ ॥

ବୀରସ୍ୱାମୀ ଥିଲେ ତାଙ୍କ ପିତା

ନ ଥିଲା ଆର୍ଥିକ ସ୍ୱଚ୍ଛଳତା

ପଢିଥିଲେ ପାଠ ବହୁତ କଷ୍ଟରେ

ହୋଇଥିଲେ ସେ ଜଗତଜିତା ॥


ଦର୍ଶନ ଶାସ୍ତ୍ରର ଦାର୍ଶନିକ

ହେଲେ ସେ କଲେଜ ଅଧ୍ୟାପକ

ପାଉଥିଲେ ଭଲ ଛାତ୍ର, ସହକର୍ମୀ,

ଅନେକ କଲେଜ କର୍ତ୍ତୃପକ୍ଷ ॥

ହେଲେ ପ୍ରଫେସର ,କୁଳପତି,

ରାଷ୍ଟ୍ରଦୂତ, ଉପରାଷ୍ଟ୍ରପତି

ଜାତିସଂଘ ଶିକ୍ଷା,ବିଜ୍ଞାନ, ସଂସ୍କୃତି

ପରିଷଦର ସେ ସଭାପତି ॥


ରାଷ୍ଟ୍ରପତି ପଦ ଅଳଙ୍କୃତ

ନିଦ୍ୱନ୍ଦ୍ୱରେ ହୋଇ ନିର୍ବାଚିତ

ଭାରତୀୟ ନୀତି,ଆଦର୍ଶ,ସଂସ୍କୃତି

ପ୍ରଚାର କରି ସେ ହେଲେ ଖ୍ୟାତ ॥

ଗୁରୁ,ଗୁରୁଜନ, ଶିକ୍ଷାବିତ୍

ଜନ୍ମଦିନ କଲେ ସମର୍ପିତ

ଗୁରୁଦିବସରେ ଗୁରୁଙ୍କ ପୟରେ

କରୁଅଛି ଆଜି ପ୍ରଣିପାତ ॥

    


Rate this content
Log in

Similar oriya poem from Children