Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Kanduri Charan Rout

Children

4  

Kanduri Charan Rout

Children

ଶପଥ କରିବା ଆଜି

ଶପଥ କରିବା ଆଜି

1 min
253



ଆମେ କୁନିକୁନି ଶିଶୁ ଏ ଦେଶର

ଫୁଲ କଢି ସିନା ଆଜି

ଆଗାମୀ କାଲିକୁ ଆକୃଷ୍ଟ କରିବ

ଆମରି ସୁବାସରାଜି ।


ଜାତି,ଧର୍ମ,ବର୍ଣ୍ଣ ଭେଦଭାବ ଭୁଲି

ଗାଇ ଏକତାର ଗୀତ

ସ୍ୱାର୍ଥ, ଅହଙ୍କାର, ହିଂସା ଭୁଲିଯାଇ

କରିଯିବା ପର ହିତ ।


ମିଠା କଥା କହି ମନକୁ ତୋଷିବା

ଦେବା ନାହିଁ କାରେ ଗାଳି

ଅଶାନ୍ତି ଅନ୍ଧାର କରିଦେବା ଦୂର

ଶାନ୍ତିର ମଶାଲ ଜାଳି ।


ସମାଜ ବୁକୁରେ ବୁହାଇ ଦେବାରେ

ପ୍ରଗତିର ଗଙ୍ଗାଧାର

ସେଇ ଧାର ଦିନେ ପାଲଟିବ ସତେ

ସଫଳତା ପାରାବାର ।


ଭାରତ ମାତାର ସେବା କରିବାକୁ

ଶପଥ କରିବା ଆଜି

ଏ ଜାତି ସପନ ସାକାର କରିବା

ଲଗାଇ ଜୀବନ ବାଜି ।

   


Rate this content
Log in