STORYMIRROR

Kanduri Charan Rout

Children

3  

Kanduri Charan Rout

Children

ରାକ୍ଷୀର ମାନ

ରାକ୍ଷୀର ମାନ

1 min
181


ଭାଇ ଭଉଣୀ ବନ୍ଧନ କଥା

    କିଏ ପାରିବ କଳି

ବଡ଼ଟି ସଦା ପୂରଣ କରେ

    ସାନ ଅଝଟ ଅଳି ।


ଗାଳି ଦେଉ କି ବେଣୀକୁ ଝିଙ୍କୁ

    ନ ଦେଉ ପଛେ ଧରା 

ଭଉଣୀ ପାଇଁ ଭାଇଟି ତା'ର

    ସତେ ସରଗ ତରା ।


ଧନ ସଂପଦ ନ ଦେଉ ପଛେ

    ଦୁଆରେ ହେବ ଠିଆ

ଭାଇଟି ସବୁ ସୁଖ ସଂପଦ

    ହେନା,କେତକୀ,କିଆ ।


ଭାଇଟେ ଥିଲେ ଭଉଣୀ ସାଥେ

    ଯାଏନି କେବେ ଡରି

ଅମଡ଼ା ପଥେ ଚାଲିଥାଏ ସେ

   ତା'କୁ ଭରସା କରି ।


ସୁଖଦୁଃଖରେ ଭାବ ଅଭାବେ

   ରକ୍ଷା କବଚ ସାଜି

ରାକ୍ଷୀର ମାନ ରଖିବ ସିଏ

   ରଖି ଜୀବନ ବାଜି ।

      


Rate this content
Log in

Similar oriya poem from Children