Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Children

3  

Kanduri Charan Rout

Children

ମନ ଲଗାଇ ପଢିବା

ମନ ଲଗାଇ ପଢିବା

1 min
204



ପରୀକ୍ଷା ରହିଲା ଅଳପ ଦିନ ମୋ

ବହି ହୋଇନାହିଁ ଖୋଲା

ମେଟ୍ରିକ ପରୀକ୍ଷା ନାମ ଶୁଣୁଶୁଣୁ

ମାରିଯାଏ ମୋତେ ଝୋଲା ।


କେମିତି ଡେଇଁବି ପରୀକ୍ଷାର ଘାଟି

ଭାବି ମୁଁ ହୁଏ ଛାନିଆ

ନିଜକୁ ଧିକ୍କାରେ ପାଠ ନ ପଢି ମୁଁ

କାହିଁ ହେଲି ଅମାନିଆ ।


ସାଙ୍ଗସାଥୀ ମେଳେ ମଜା ଗପ କରି

ସମୟ ଦେଲି ମୁଁ କାଟି

ପିତାମାତା ଗୁରୁ କଥାକୁ ନ ମାନି

ଜୀବନକୁ କଲି ମାଟି ।


ଅନଲାଇନରେ ପଢିବା ନାମରେ

ଖେଳାଖେଳି କରିକରି

ସମୟର କଲି ଅପବ୍ୟବହାର

ମୋବାଇଲ ଫୋନ ଧରି ।


ଯେଉଁ ବହିର ମୁଁ ପୃଷ୍ଠା ଓଲଟାଏ

ଲାଗେ ମୋତେ ନୂଆନୂଆ

ସବୁ ପାଠ ମୋତେ ଲାଗେ ଭାରି କଷ୍ଟ

ଆଖିରୁ ବାହାରେ ନିଆଁ ।


ମୋ ପରିକା ଭୁଲ କରିବାନି କେହି

ମନ ଲଗାଇ ପଢିବା

ଆମ ଭବିଷ୍ୟତ ଆମରି ହାତରେ

ଭଲ ଭାବରେ ଗଢିବା ।

   


Rate this content
Log in