Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kanduri Charan Rout

Children

3  

Kanduri Charan Rout

Children

ନାଆଁଟି ତା'ର ବହି

ନାଆଁଟି ତା'ର ବହି

1 min
242



ଅତି ଆପଣା ସାଥୀଟେ ଆମ

    ନାଆଁଟି ତା'ର ବହି

ଗୀତ,କାହାଣୀ ବିଜ୍ଞାନ ବାଣୀ

    ଦେଉଥାଏ ସେ କହି ।

ଦେଶ ଦୁନିଆ ଖବର ଯେତେ

    ସବୁ ରଖିଛି ଧରି

ଦୁର୍ଗମ ପଥେ ଦେଖାଏ ବାଟ

    ଜ୍ଞାନ ଆଲୋକ ଭରି ।

ନିଃସଙ୍ଗତାକୁ ଦୂରେଇ ଦିଏ

    ପାଖରେ ଥିଲେ ଆହା

ସୁଖଦୁଃଖରେ ବନ୍ଧୁଟେ ପରି

    ହୁଅଇ ସଦା ସାହା ।

ଆଳସ୍ୟ ତେଜି ମନ ଲଗାଇ

    ପଢିବା ଯଦି ବହି

ଜାଣିବା କେତେ ଅଜଣା କଥା

    ସେଥିରେ ଅଛି ରହି ।

ଛପା ବହିର ଆଦର ସିନା

    ଯାଉଛି ଟିକେ ଖସି

ନୂଆ ରୂପରେ ଡିଜିଟାଲରେ

    ପଢୁଛୁ ନିତି ବସି ।

ବହିର ଯେତେ ଗରିମା ଅଛି

    ପାଇବା ସତେ କାହିଁ

ତାହାରି ପରି ବିଶ୍ବାସୀ ବନ୍ଧୁ

    ଜଗତେ ଆଉ ନାହିଁ ।



Rate this content
Log in