Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

PRANATI MAHAPATRA

Children

4.5  

PRANATI MAHAPATRA

Children

ଖୋର୍ଦ୍ଧା ଜିଲ୍ଲା

ଖୋର୍ଦ୍ଧା ଜିଲ୍ଲା

1 min
229



ପୁରୀ ଜିଲ୍ଲା ଅନ୍ତର୍ଗତ ଖୋର୍ଦ୍ଧା ଜିଲ୍ଲା

୧୯୯୩ ଏପ୍ରିଲ ପହିଲା,

ସେଦିନ ଠାରୁ ଖୋର୍ଦ୍ଧା ଜିଲ୍ଲା

ସ୍ଵତନ୍ତ୍ର ଜିଲ୍ଲା ହୋଇଲା।(୧)


ପୂର୍ବ ରେ ପୁରୀ ପଶ୍ଚିମେ ନୟାଗଡ଼ ଜିଲ୍ଲା

ଉତ୍ତରେ କଟକ ଦକ୍ଷିଣେ ଗଞ୍ଜାମ ଜିଲ୍ଲା 

ମୁଖ୍ୟ ନଦୀ ଦୟା ଭାର୍ଗବୀ କୁଆଖାଇ

ମଲାଶୁଣୀ ରାଣା କୁଶୁମୀ ତହିଁ।(୨)


ନନ୍ଦନକାନନ ଚିଲିକା ହ୍ରଦ

ରାଜାରାଣୀ ଧଉଳି ଶାନ୍ତି ସ୍ତୁପ

ଅଟ୍ରି ଉଷ୍ଣ ପ୍ରସ୍ରବଣ ବରୁଣେଇ

ରାମଚଣ୍ଡୀ ଖଣ୍ଡଗିରି ଉଦୟଗିରି ।(୩)


ବାବା ଲିଙ୍ଗରାଜ ପୁଣି ମୁକ୍ତେଶ୍ଵର

ଶିଶୁପାଳଗଡ଼ଜୟଦେବ କୁନ୍ଦୁଲି ବାଣପୁର

ପର୍ଯ୍ୟଟକ ଭିଡ଼ ଲାଗେ ଏ ସ୍ଥାନର

ଦର୍ଶନୀୟ ସ୍ଥାନ ଖୋର୍ଦ୍ଧା ଜିଲ୍ଲାର।(୪)


ଆମ ଜିଲ୍ଲାର ୮ ବିଧାନସଭା ମଣ୍ଡଳୀ

ଏକ ଲୋକସଭା ନିର୍ବାଚନ ମଣ୍ଡଳୀ

ଭୁବନେଶ୍ୱର ମହାନଗର ନିଗମ

ପୌରପାଳିକା ଖୋର୍ଦ୍ଧା ଜଟଣୀ।

ବାଣପୁର ବାଲୁଗାଁ ବିଜ୍ଞାପିତ ପୁଣି।(୫)


ଦୁଇ ଉପଖଣ୍ଡ ଚାରି ତହସିଲ

୧୦ବ୍ଲକ ଆମ ଖୋର୍ଦ୍ଧା ଜିଲ୍ଲା

୫ସହର ୧୫୬୭ ଗ୍ରାମ

୧୫୨ ଗ୍ରାମପଞ୍ଚାୟତ ଆମ ଜିଲ୍ଲା।(୬)


କଳିଙ୍ଗ ରାଜା ଅଧିନରେ ଥିଲା

ପାଇକ ବିଦ୍ରୋହ ପାଇଁ ପରିଚିତ ହେଲା

ଜୟୀ ରାଜଗୁରୁ ବକ୍ସି ଜଗବନ୍ଧୁ

ତାପଙ୍ଗ ଦଳବେହେରା

ସଚ୍ଚିଦାନନ୍ଦଙ୍କ ଜନ୍ମସ୍ଥାନ ଆମ ଜିଲ୍ଲା।(୭)


ବିଜୁ ପଟ୍ଟନାୟକ ବିମାନବନ୍ଦର

ଖୋର୍ଦ୍ଧା ଠାରୁ ୧୧କି.ମି ଦୂର,

ଅଟ୍ରି ଉଷ୍ଣ ପ୍ରସ୍ରବଣ ଖୋର୍ଦ୍ଧା ଠାରୁ

ଆଠ କିଲୋମିଟର ଦୂର।(୮)


ଓଡ଼ିଶାର ରାଜଧାନୀ ଭୁବନେଶ୍ବର

ମନ୍ଦିର ମାଳିନୀ ସହର,

ଲିଙ୍ଗରାଜ କେଦାର ଗୌରୀ ବିନ୍ଦୁସାଗର

ରାଜ୍ୟ ସଂଗ୍ରହାଳୟ ରବୀନ୍ଦ୍ର ମଣ୍ଡପ

ପୁଣି ଯେ ରାମ ମନ୍ଦିର।(୯)


ଐତିହ୍ୟ ସଂସ୍କୃତି ସମ୍ପନ୍ନ ଆମ

ଖୋର୍ଦ୍ଧା ଜିଲ୍ଲା,

କବି ଲେଖକ ପାଇକଙ୍କ

ଜନ୍ମ ଏ ଜିଲ୍ଲା।। (୧୦)



Rate this content
Log in

Similar oriya poem from Children