STORYMIRROR

Arabinda Pandi

Children Stories

3  

Arabinda Pandi

Children Stories

ସେ ଯେଉଁ ହାତ

ସେ ଯେଉଁ ହାତ

1 min
219

ଯେଉଁ ହାତଧରି ଶିଖିଲି ମୁଁ ଚାଲି

ସେତ ପରା ମାତା ପିତାଙ୍କର

ମୋତେ ଯେଉଁ ହାତ ଖୋଉଥିଲା ଭାତ

ସେହିପରା ମାଆଙ୍କର।


ଯେଉଁ ହାତ ଧରି ବାଟ ଚାଲୁଥିଲି

ପିତାଙ୍କର ଅଟେ ସେହି

ଯେଉଁ ହାତ ମୋତେ ଶିଖାଇଲା ପାଠ

ଗୁରୁଙ୍କ ହାତ ଅଟଇ।


ଲେଖା ଯୋଖା ଯେତେ କରୁଥିଲା ସତେ

ସେଇଟି ମୋ ନିଜ ହାତ

ଯେଉଁ ହାତ ଧରି ଖେଳ ଖେଳୁଥିଲି

ସେ ଥିଲା ସାଙ୍ଗ ସାଥିଙ୍କ ହାତ।


ଏହି ହାତ ଯୋଗୁଁ ପରା ସଭିଙ୍କୁ ସଂସାରେ

ମିଳଇ ମୁଠାଏ ଭାତ

ଏଇ ହାତ ଗଢ଼େ ସୁନ୍ଦର ସଂସାର

କରଇ କେବେ ନିପାତ।


ଦେଖ ହାତ ନାହିଁ ସେ କଳା କହ୍ନାଇ

ଅଟନ୍ତି ସେ ଜଗତର ନାଥ ଜଗନ୍ନାଥ 

ଯେ ଯାହା ମାଗନ୍ତି ସଭିଙ୍କୁ ଦିଅନ୍ତି

କେବେ ମନା କରନ୍ତିନି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍