Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arabinda Pandi

Romance

4.3  

Arabinda Pandi

Romance

ପ୍ରେମ ତୋର କାହ୍ନା

ପ୍ରେମ ତୋର କାହ୍ନା

1 min
279



କାହ୍ନୁ ରେ, କାହ୍ନୁ ରେ, ମୋ କାହ୍ନୁ ରେ, 

ସ୍ନେହ ଦେବାକୁ ପ୍ରେମ କରିବାକୁ,

ଥିଲେ ତ ତୁମ ପାଇଁ ଯଶୋଦା ରାଧା,

ତାଙ୍କୁ ଦୁଃଖ ଦେଲ କନ୍ଦାଇ ମାରିଲ,

ରହିଗଲା ରାଧା କାହାଣୀ ଅଧା ।


ଏମିତି କାହିଁ ତୁମ ପ୍ରେମ ମୋହନ,

ତୁମ ଲାଗି ପରା ଝୁରଇ ଯାହାର ମନ,

ବିରହ ଵେଦନା ତୋର ଆରାଧନା,

ଦେଇ ଥାଏ ଖାଲି ସଦା ସର୍ବଦା ।


କେତେ ନିନ୍ଦା ଗାଳି କପାଳେ ତୁମର 

ଯିଏ ହୁଏ ତୁମ ଶ୍ୟାମସୁନ୍ଦର,

ତୁମ ଭରସାରେ ଏଇ ସଂସାରେ,

ରହି ଯାଏ ହେଇ ଦୁଃଖରେ ଵନ୍ଧା ।


ପ୍ରେମମୟ ତୁମ ପ୍ରେମ ଅଜବ,

ଲଗାଈ ଦିଅ ସେ ଏମିତି ଭାବ,

ଭାଵେ ଭୋଳା କରେ ଭସାଏ ଲୁହରେ,

ପଢାଏ ଜୀଅନ୍ତା ମରଣ ଵିଦ୍ୟା ।।

            


Rate this content
Log in

Similar oriya poem from Romance