STORYMIRROR

ତ୍ରିନାଥ ବେହେରା

Children

3  

ତ୍ରିନାଥ ବେହେରା

Children

ଗୁରୁ

ଗୁରୁ

1 min
137

ତୁମେ ବ୍ରହ୍ମା ବିଷ୍ଣୁ ମହେଶ୍ୱର

ତୁମେ ସାକ୍ଷାତ ଈଶ୍ୱର

ମଣିଷ ତିଆରି କାରଖାନର

କୁଶଳୀ କାରିଗର

ନିଜ ସୃଷ୍ଟିଶୀଳତା ବଳେ

ଜ୍ଞାନର ପ୍ରଦୀପ ଜାଳ

ତୁମେ ଗୁରୁ ମାତୃତୁଲ୍ୟ

ସନ୍ତାନ ବତ୍ସଳ  


ତୁମେ ଅବୋଧକୁ

ବୋଧକର

ବିଦ୍ୟା ଲାଭେ ବ୍ରତୀ କର

ନିଜେ ଜଳି ଅହରହ

ଜାଳୁଅଛ ଶିକ୍ଷା ଦୀପ

ନିତ୍ୟ ପ୍ରତ୍ୟହ

ତୁମେ ଗୁରୁ ପିତୃତୁଲ୍ୟ

ଚିର ବନ୍ଦନୀୟ  

ତୁମେ ଭରିଦିଅ 

ଅପୂର୍ଣ୍ଣେ ପୂର୍ଣ୍ଣତା

ସାଉଁଟି ନିଅ 

ସମାଜୁ ମୁକୁତା

ତୁମେ ଶ୍ରେଷ୍ଠ ଓ ପ୍ରବୁଦ୍ଧ

ତୁମ ବିନା ଛାର ନର

ଅଜ୍ଞାନ ବଳେ ଅନ୍ଧ

ତୁମେ ଗୁରୁ ଦେବତୁଲ୍ୟ

ସର୍ବଦା ପୂଜିତ  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children