Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ତ୍ରିନାଥ ବେହେରା

Classics

4  

ତ୍ରିନାଥ ବେହେରା

Classics

ଘୁମୁସର ଗୀତିକା

ଘୁମୁସର ଗୀତିକା

2 mins
52



ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର)

ଏ ମାଟି ପବିତ୍ର 

ବୀର ଚକରା କ୍ଷେତ୍ର

ଜନ୍ମି ଉପେନ୍ଦ୍ର ଭଞ୍ଜ 

ହେଲେ କବି ସମ୍ରାଟ

ପିତ୍ତଳମାଛ ଲଭିଛି

ପ୍ରସିଦ୍ଧି ଯାହାର

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

        (ଘୋଷା ୨ ଥର) ।।୧।।


ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) 

ଏ ମାଟି କଳାର

ସମୃଦ୍ଧ ପରମ୍ପରାର

ସ୍ଥାପତ୍ୟ କାରିଗରୀର

ସାହିତ୍ୟ ଭାସ୍କର୍ଯ୍ୟର

ସୂତା କଣ୍ଢେଇ,ପଶୁ ନାଚ

ବିଖ୍ୟାତ ଯାହାର

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) ।।୨।।


ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) 

ଦିନେ ମହାବୀର ଦୋହରା

ତାଙ୍କ ଅନ୍ତେ ବୀର ଚକରା

ଏଠି ଦେଇଥିଲେ ଡାକରା

ଇଂରେଜେ ଯୁଝିଥିଲେ ସେ ପରା

ଘାଟି ଶୂଳା ଚକ୍ର ଘାଟି 

ସ୍ମୃତି ବହେ ଯାର

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) ।।୩।।


ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) 

ଏଠି ଉପେନ୍ଦ୍ର ଭଞ୍ଜ

ଭଣିଲେ ଶାବ୍ଦିକ କାବ୍ୟ

ବୈଦେହିଶ ବିଳାସ

ଲାବଣ୍ୟବତୀ, ଅବନା ରସ ତରଙ୍ଗ

ଆଦି ମହାନ ଗ୍ରନ୍ଥ

ସାର ତତ୍ବ ଆଜି ଖୋଜେ

ବିଶ୍ବ ଯାହାର

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର)।। ୪।।

 

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର)

ଐତିହ୍ୟ ସହର କୁଲାଡ ଗଡ 

ରାଜଧାନୀ ଭଞ୍ଜ ବଂଶର

ବିଜେ ବାଗଦେବୀ ଜଗନ୍ନାଥ ଠାକୁର

ବିରଞ୍ଚି ନାରାୟଣ,ବୁଦ୍ଧଖୋଲ

ଅପରୂପ ସୁଷମାର

ଯେ ଗନ୍ତାଘର  

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) ।।୫।।


ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର)

ଏ ମାଟି ସୁଜଳା

ପୁଣି ଶସ୍ୟ ଶ୍ୟାମଳା

ଋଷିକୁଲ୍ୟା ବଡ ନଦୀର ଧାରା

ଭରେ ଅନ୍ନ ପସରା

କୃଷ୍ଣସାର ମୃଗ ଯାର

କି ମନୋହର

 ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) ।।୬।।


ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) 

ରସଲକୋଣ୍ଡା ନାମ ସହର

ଅଦ୍ୟପି ଭଞ୍ଜନଗର

ଦେହେ ଶୋହେ ସାଇ ମନ୍ଦିର 

ଶୈବ ପୀଠ ବେଲେଶ୍ବର

ଶିଶୁଦ୍ୟାନ , ସୁନ୍ଦର ଘାଇ

ବନ ବିହାର  

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) ।।୭।।


ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର)

ସୋରଡା, ବେଲଗୁଣ୍ଠା

ବୁଗୁଡା, ବାଲିପଦର

ନାଟେଗାଁ, ବିଷ୍ଣୁଚକ୍ର

 ବରପଲ୍ଲୀ ଗଡ 

ଥିଲା ସୀମା ସରହଦ

ଏ ପୂଣ୍ୟ ଭୂଇଁ ର

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) ।।୮।। 


ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) 

ବେଲଗୁଣ୍ଠା ଲକ୍ଷ୍ମୀ ନୃସିଂହ

ସୋରଡା ଶମ୍ଭୁ ପଞ୍ଚାନନ

ଲଙ୍କେଶ୍ବରୀ ବାରୁଡା ଗ୍ରାମ

ଡହରେ ବାପାଙ୍ଗୀଙ୍କ ଧାମ 

ତାରାସିଂ ରେ ରଣଘଣ୍ଟା

ଗାଲେରୀ ଖ୍ୟାତ କାଳୀ ମନ୍ଦିର

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) ।।୯।।

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) 

ଡେରାବେଶ ବଡକୋଦଣ୍ଡା 

ମା ବଡରାଉଳ ଡୁମାକୁମ୍ପା

ପ୍ରାଚୀନ ମନ୍ଦିର ବରଗାଁ

ଭଞ୍ଜ ଇଷ୍ଟ କନକ ଦୂର୍ଗା

ସବୁକିଛି ଯା ଅନନ୍ୟ

ଅଟଇ ସାର

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) ।।୧୦।।


ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) 

ଏ ଗଡର ଗାଥା ଅନନ୍ୟ

ଲାଗେ ଏ ବିଚିତ୍ରଧାମ

ଶୋଭାର ଅପୂର୍ବ ଭୁବନ

କୋଟି ପୂଣ୍ୟେ ମିଳେ ଜନମ

ସର୍ବ ଗୁଣ ସଂପର୍ଣ୍ଣା ମାଟି 

ପ୍ରଣାମ ମୋର

ଘୁମୁସର ଘୁମୁସର ଘୁମୁସର

ଗୁମା ଆଉ ସର ର ଏ ସମାହାର

          (ଘୋଷା ୨ ଥର) ।।୧୧।।



Rate this content
Log in

Similar oriya poem from Classics