STORYMIRROR

ତ୍ରିନାଥ ବେହେରା

Others

3  

ତ୍ରିନାଥ ବେହେରା

Others

ସମୟ ସୁଏ ମୁଁ କାଗଜ ଡଙ୍ଗା( ସଜଲ)

ସମୟ ସୁଏ ମୁଁ କାଗଜ ଡଙ୍ଗା( ସଜଲ)

1 min
49


ଜୀବନ ପଥେ ,ନିତି ଝଡ ଝଞ୍ଜା,

ପାଲଟେ ସମୟ ସୁଏ,

ମୁଁ କାଗଜ ଡଙ୍ଗା

ଜଞ୍ଜାଳ ଜଳରେ,ଚହଲି ମୁଁ ଚାଲେ,

ବ୍ୟସ୍ତମୟ ଲାଗେ,

ଏ ଯୁଗ ମହଙ୍ଗା ାା

ସାର୍ଦ୍ଦୁଳ ପରିକା ମାଡି ବସେ କେବେ ଆତଙ୍କ ଚୌଦିଗୁ

ହୁଏ ଆନମନା ସତସତିକା କେବେ ପୁଣି ମିଛିମିଛିକା

କେବେ କେବେ ଲାଗେ ସତେକି ଏଥର ସବୁ ସ୍ବପ୍ନ ହେବ ମରିଚିକା

ଜଞ୍ଜାଳ ଜଳରେ,ଚହଲି ମୁଁ ଚାଲେ,ବ୍ୟସ୍ତମୟ ଲାଗେ,

ଏ ଯୁଗ ମହଙ୍ଗା ାା

ପାର୍ଥିବ ବସ୍ତୁରେ,ନାହିଁ ଅଭିଳାଷ, ଦୁଃଖ ପରା ତା ପଛରେ ଲେଖା

ସୁଖର ବେଉସା ଆଉ କରିବିନି ,ଭାଗ୍ୟ ବଳେ ସବୁ ହିସାବ ଦେଖା

ବେଳ ଥାଉ ଥାଉ କଷେ ମୁଁ ନିଜକୁ ମୁଁ ନିଜେ ବଣିଆ ମୁଁ ସ୍ବପ୍ନ ବିକା

ମଣିଷ ସମାଜେ ବିକିବି ସ୍ବପ୍ନ ଯତନେ ଗଢିବି ବିବେକ ନଥିବ ଦକା

ଅବିବେକୀ ସବୁ ହେବେ କକ୍ଷଚ୍ଯୁତ ରହିବନି ମନ ଆଉ ଦରଭଙ୍ଗା

ଜୀବନ ପଥେ ,ନିତି ଝଡ ଝଞ୍ଜା,ପାଲଟେ ସମୟ ସୁଏ, ମୁଁ କାଗଜ ଡଙ୍ଗା ାା

ନାହିଁ ମୋହ ଆଉ ଏଇ ଜୀବନରେ ପରିଶ୍ରମ ଫଳ ଦେବ ଭାଗ୍ୟରେଖା

ପାର୍ଥିବ ବସ୍ତୁରେ,ନାହିଁ ଅଭିଳାଷ, ଦୁଃଖ ପରା ତା ପଛରେ ଲେଖା ାା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍