STORYMIRROR

ତ୍ରିନାଥ ବେହେରା

Abstract

4  

ତ୍ରିନାଥ ବେହେରା

Abstract

ଘୋଡା ସବାର

ଘୋଡା ସବାର

1 min
222


ଜୀବନଟା କ'ଣ ଗୋଟେ ଘୋଡା ନୁହେଁ କି?

ଯେ ରୀତିମତ ଦୌଡୁଥାଏ

ଠିକ୍ ଏ ଠିଆରେ ଶୋଉଥିବା ପଶୁଟି ପରି

ମାଲିକର ହୁକୁମରେ

ପାପ ପୁଣ୍ୟର ହିସାବ ନିକାଶ ନ କରି

କେବଳ ମାଲିକର ଆଜ୍ଞାବହ ସାଜି

ଦିନରାତି ମାସ ବର୍ଷ ଏମିତିକି

ବର୍ଷ ବର୍ଷ ବହୁ ବର୍ଷ ଧରି 

କିଛି ପାର୍ଥିବ ସୁଖକୁ ସାଧନ ପାଇଁ ll


ସ୍ବାର୍ଥକୁ ପ୍ରାରବ୍ଧ କରିବାକୁ

ଜୀବନ ଦୌଡିଚାଲେ

ମନ ରୂପି ମାଲିକର

ଇନ୍ଦ୍ରୟ ବାସନା ରୂପି ଚାବୁକ ପ୍ରହାର ଖାଇ

ଜୀବନ ଦୌଡି ଦୌଡି ଥକି ପଡେ

ଏକ ନିଛାଟିଆ ବରଗଛ ପରି

ସେତବେଳେ ଆଉ ଘୋଡା ସବାରର 

ଇଚ୍ଛା କରି ନଥାଏ ସେ ମାଲିକ

ବିଷୟ ବାସନା ପ୍ରତି ବିରକ୍ତି ଲାଗି ll


ଏମିତିରେ ତ ସଭିଁଏ କରନ୍ତି

ଘୋଡା ସବାର ...

ସତ କରିବାକୁ ସ୍ବପ୍ନ ସବୁ ଓ ଦୌଡନ୍ତି

କିଛି ମରିଚିକା ପଛରେ ପ୍ରଖର ବେଗରେ

ହେଲେ ଲକ୍ଷ୍ୟ ସ୍ଥଳର ଆଗମନ ପୂର୍ବରୁ

କେତେକ କ୍ଷେତ୍ରରେ ଘୋଡା ନଥାଏ

ଆଉ କିଛି କ୍ଷେତ୍ରରେ ନଥାଏ ମାଲିକ

ଯିଏ ଅହରହ ଉଦ୍ୟମ କରୁଥାଏ

ଘୋଡା ସବାର ନିମିତ୍ତ ପ୍ରଥମ ପର୍ଯ୍ୟାୟରେ ll



Rate this content
Log in

Similar oriya poem from Abstract