STORYMIRROR

ତ୍ରିନାଥ ବେହେରା

Others

4  

ତ୍ରିନାଥ ବେହେରା

Others

ନିସ୍ତବ୍ଧ ବେଳାର ବରଗଛ

ନିସ୍ତବ୍ଧ ବେଳାର ବରଗଛ

1 min
209


ନିସ୍ତବ୍ଧ ବେଳାରେ ଗାଆଁ ବରଗଛ

ବାହୁନି ବାହୁନି ନିଇତି କାନ୍ଦେ

ତାକୁ ଗଞ୍ଜଣା ଦିଅନ୍ତି ବୋଲି

କେଇପଦ କଥା ମୁହଁ ଆଗେ  


ସେ ଦାଦନ ଖଟିବାକୁ ଯାଇଥିବା

ଶିଶୁ ଶ୍ରମିକ ପୁଅର ମୃତ୍ୟୁରେ 

ତା ବୋଉର ଛାତିଥରା କୋହ

ଅଭିଶପ୍ତ ଶବାଧାରେ ଆସିଥିବା

ଯନ୍ତ୍ରମାନବଙ୍କ ବଞ୍ଚିବାର ମୋହ

କେବେ ପୁଣି ଅହଂକାରୀ ଜନଙ୍କ

ସ୍ୱାର୍ଥ ବିଚାର, ତିରସ୍କାରର ଭୟ 


ତୁଣ୍ଡ ବାଇଦ ସହସ୍ର କୋଶ ପରି

ବ୍ୟାପକ ହୁଏନା ତା କୋହ

ଯାହା କୁହୁଳୁ ଥାଏ ଅହରହ

ନିରୋଳାରେ ସେ କୁରୁଳି ଉଠେ

ତୁଟିଯାଏ ସବୁ ମାୟା ଓ ମୋହ

ନିସ୍ତବ୍ଧ ବେଳାରେ ବାହୁନି କାନ୍ଦେ

ଆଖିରୁ ଖସେ ଅବିରତ ଲୁହ 


କଥା ସବୁ କେମିତି ପାଲଟେ ନଥା

ସମାଜର କିଛି ବିଚିତ୍ର ବ୍ୟବସ୍ଥା

ତୁଣ୍ଡେ ରାମନାମ ପଛରେ ଚିତା

କାଟନ୍ତି କିପରି ଭଣ୍ଡମାନେ ଏଠି

ଦେହରେ ପକାଇ ଖଣ୍ଡେ ପଇତା 


ମୁକ ସାକ୍ଷୀ ଏଇ ବରଗଛ ଆଜି

ସକାଳ ସଞ୍ଜରେ ନିତି ପ୍ରତିନିତି

ଶୁଣେ ତା ମୂଳରେ କେତେ କେତେ

ପରଛିଦ୍ର କଥା କେତେ ରାଜନୀତି ।।

ନିସ୍ତବ୍ଧ ବେଳାରେ ଭାବେ ବରଗଛ

ମାନବ ଜଗତର ଏ କି ଅବସ୍ଥା

ଓଃ ଝରୁଥାଏ ତା ଆଖିରୁ ମୁକୁତା 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍